ଘରୋଇ କମ୍ପାନୀଙ୍କ ପାଇଁ କମିଲା କର୍ପୋରେଟ୍ ଟ୍ୟାକ୍ସ

ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବ । ଏନେଇ ଶୁକ୍ରବାର ର୍ନିମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ । ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ପାଇବ ବୋଲି ସୀତାରମଣ କହିଛନ୍ତି ।ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ । ଏତଦ୍ ବ୍ୟତୀତ ନୂଆ ମାନ୍ୟୁଫାକଚରିଂ କମ୍ପାନୀ ୧୫% ହାରରେ ଆୟର ଦେବେ, ଯାହାକି ପୂର୍ବରୁ ୨୫% ଥିଲା । ତେବେ ଏଥିରେ ଗୋଟିଏ ସର୍ତ୍ତ ରହିଛି । ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ଅନ୍ୟ କିଛି ରିହାତିରୁ ବଞ୍ଚିତ ହେବାକୁ ହେବ । ତେବେ ସରଚାର୍ଜ ଏବଂ ସେସ୍ ମିଶିବା ପରେ ଇଫେକ୍ଟିଭ୍ ଟିକସ ହାର ଯଥାକ୍ରମେ ୨୫.୧୭% ଏବଂ ୧୭.୦୧% ରହିବୟ ଆଜି ନିଆଯାଇଥିବା ନିଷ୍ପତ୍ତି ଏକ ବଡ଼ ପରିମାଣର ଟିକସ ହ୍ରାସ ବୋଲି ର୍ନିମଳା କହିଛନ୍ତି ।ସରକାର ଆଲୋଚନା କରି ନେଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ । ଏକ ବିଧେୟକ ଅଣାଯାଇ ଟିକସ ଆଇନରେ ପରିବର୍ତ୍ତନ କରାଯାଇଥିବା ର୍ନିମଳା ସୂଚନା ଦେଇଛନ୍ତି । ଜିଏସ୍ଟି ବୈଠକରେ ଯୋଗଦେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ