୫ଜଣ ଛାତ୍ର ନିଖୋଜ
ପାରଳାଖେମୁଣ୍ଡି-(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଜଙ୍ଗଲପାଡୁ ଗ୍ରାମର ୫ଜଣ ୧୦ମ ଶ୍ରେଣୀ ପାଠ ପଢୁଥିବା ଛାତ୍ର ଗତ କାଲି ଠାରୁ ନିଖୋଜ ହୋଇଥିବା ସୁଚନା ମିଳିଛି । ଗୁରାଣ୍ଡି ଥାନା ଅଧିକାରୀ ମୁକେଶ ଲାକ୍ରା ଏଥିନେଇ ସୁଚନା ଦେଇ କହିଛନ୍ତି ଯେ କାହ୍ନା ନାୟକ(୧୫),ସୁଭମ୍ ଜେନ୍ନା(୧୪),ଚିନ୍ମୟ ଜେନ୍ନା(୧୫),ବିକ୍ରମ ଜେନ୍ନା(୧୪),ଡମ୍ବୁରୁ ନାୟକ(୧୫) ପ୍ରମୁଖ ୫ଜଣ ଜଙ୍ଗଲପାଡୁ ଗ୍ରାମର ଛାତ୍ର ଅଟନ୍ତି । ଏମାନେ ସମସ୍ତେ ଭିନ୍ନ ଭିନ୍ନ ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତକାଲି ଏମାନେ ସ୍କୁଲକୁ ଯାଇଥିଲେ । କିନ୍ତୁ ସବୁଦିନ ଭଳି ଘରକୁ ଫେରି ନଥିଲେ । ଏମାନଙ୍କ ପିତା ମାତା ବହୁ ଖୋଜାଖୋଜି କରିବା ପରେ ପିଲାମାନଙ୍କୁ ନପାଇବାରୁ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା କେସ୍ ନମ୍ବର ୯୨/୧୯ରେ ଏକ ମକଦ୍ଦମା ରୁଜୁ କରାଯାଇ ଘଟଣାର ତଦନ୍ତ ଯାରି ରହିଛି । ତେବେ ଏହି ୫ଜଣ ଛାତ୍ର ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିସାଖପାଟଣା ସହରରେ ଥିବା ଏକ ବିସ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ବୋଲି ଗୁରାଣ୍ଡି ଥାନା ପୋଲିସ ଅଧିକାରୀ ମୁକେଶ ଲାକ୍ରା ପ୍ରକାଶ କରିଛନ୍ତି । ତେବେ ଅତି ତୁରନ୍ତ ଏହି ୫ଜଣଙ୍କୁ ପୋଲିସ ଖୋଜି ବାହାର କରିବ ବୋଲି କହିଛନ୍ତି ।


