୭ନଂ ୱ୍ୱାର୍ଡ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟ

ବାଲେଶ୍ୱର, (ସରୋଜ ପଣ୍ଡା):ସହର ଉପକଣ୍ଠ ପାତ୍ରପଡା ପଞ୍ଚାୟତର ଗବଗାଁ ଠାରେ ୭ନଂ ୱାର୍ଡ ପ୍ରିମିୟର ଲିଗ୍ କ୍ରକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଶନିବାର ରାତିରେ ଫ୍ଲଡ ଲାଇଟରେ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟଅତିଥି ଭାବେ ଯୁବନେତା ସରୋଜ କୁମାର ଲେଙ୍କା ଉଦଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ସହଯୋଗ କରିଥିବା ସମସ୍ତଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ । ଗ୍ରାମାଞ୍ଚଳର ଉଦୀୟମାନ କ୍ରୀଡ଼ା ପ୍ରତିଭା ବିକାଶ ଦିଗରେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ଲେଙ୍କା କହିଥିଲେ । ସିନ୍ଧିଆ ସରପଞ୍ଚ ବିଜୟ ମାଝୀ, ପୂର୍ବତନ ସମିତି ସଭ୍ୟ ନଗେନ୍ଦ୍ର ଭୂୟାଁ ଓ ସାମାଜିକ କର୍ମୀ ବିଜୟ କୁମାର ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ଅଂଚଳର ମା ଥାନେଶ୍ୱରୀ କ୍ଲବ, କୁଲ ଇଲେଭେନ, ମା ଗଡନାୟିକାଣୀ, ବଜରଙ୍ଗୀ ଇଲେଭେନ, କେ କେ ୱାରିଅର୍ସ, ବାଣେଶ୍ୱର ୱାରିଅର୍ସ ପଭୃତି ୬ଗୋଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଦଳ ମଧ୍ୟରେ କ୍ରମାଗତ ଭାବେ ୬ ଓଭର ବିଶିଷ୍ଟ ୧୮ଟି ମ୍ୟାଚ ଖେଳାଯାଇଥିଲା । ଚକ୍ରଧର ବେହେରା ଓ କମଳ ରାଉତ ଏଥିରେ ଆମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ମା ଥାନେଶ୍ୱରୀ ଓ ବଜରଙ୍ଗୀ ଇଲେଭେନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଥାନେଶ୍ୱରୀକୁ ହରାଇ ବଜରଙ୍ଗୀ ଇଲେଭେନ ଚମ୍ପିଆନ୍ ହୋଇଥିଲା । କାଳିଆ ମାଝୀ, ପ୍ରଦୀପ ଦାସ, ଲବ ଦାସ, ହରିଶ ମାଝୀ, ତାପସ ଦାସ, ପ୍ରକାଶ ଦାସ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ