୯ ଦଫା ଦାବିରେ କଂଗ୍ରେସର ବ୍ଲକ ଘେରାଉ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରଦେଶ କଂଗ୍ରେସର ନିର୍ଦେଶକ୍ରମେ ଆସନ୍ତା ୧୮ତାରିଖରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକକୁ ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ସଂପୃକ୍ତ ବ୍ଲକର ବିଡିଓଙ୍କ ଜରିଆରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାର ସବୁ କ୍ଷେତ୍ରେର ବିଫଳ ହୋଇଛନ୍ତି । କେବଳ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ଛଡ଼ା ଅନ୍ୟକøଣସି ଆଖିଦୃଶିଆ କାର୍ଯ୍ୟ ଗତ ୨୪ ବର୍ଷ ହେଲା ରାଜ୍ୟ ସରକାର କରିନାହାନ୍ତି । ଗରିବିରେ ଓଡ଼ିଶା ଦିନକୁ ଦିନ ତଳକୁ ତଳକୁ ଯାଉଛି । ଜନସାଧାରଣ ଜୀବନ ଜୀବିକା ନିର୍ବାହ କରିବାରେ ଅତିଷ୍ଠ ହେଲେଣି । ତେଣୁ ଏ ସରକାର ବିରୁଦ୍ଧରେ ଜନସେଚତନତା ସୃଷ୍ଟି କରିବା ପାଇଁ ଓଡ଼ିଶା ପ୍ରେଦଶ କଂଗ୍ରେସ କମିଟି ସଭାପତି ଶରତ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର “ବ୍ଲକ ଘେରାଉ କାର୍ଯ୍ୟକ୍ରମ” ଅନୁଷ୍ଠିତ ହେବ । ତେଣୁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟର ୯ ଦଫା ସମ୍ବଳିତ ଏକ ସ୍ମାରକପତ୍ର ସଂପୃକ୍ତ ବିଡିଓଙ୍କ ଜରିଆରେ ପ୍ରଦାନ କରାଯିବ । ରାଜ୍ୟର ବିଭିନ୍ନ ବ୍ଲକ ଅଫିସ ଗୁଡିକରେ ବ୍ୟାପକ ପି.ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧି ବିଜୁଳି ନୀତି ବିରୋଧରେ ୯ ଗୋଟି ପ୍ରସଙ୍ଗରେ ପ୍ରଦେଶ କେଂଗ୍ରସ ସଭାପତି ଶରତ ପଟନାୟକଙ୍କ ଡାକରାରେ ଅଗଷ୍ଟ ୧୮ ତାରିଖ ଶୁକ୍ରବାର ଦିବା ୧୦ ଘଣ୍ଟା ସମୟରେ “ବ୍ଲକ ଘେରାଉ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉକ୍ତ ଦାବି ପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡିଓଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ବେହେରା, କୋଷାଧ୍ୟକ୍ଷ ଉମାଶଙ୍କର ଜେନା, ପ୍ରମୋଦ ପ୍ରଧାନ, ସତ୍ୟପ୍ରିୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ