ୱାନ ଜିପି ୱାନ ପ୍ରୋଡକ୍ଟ’ ଅଭିଯାନରେ ‘ଏଗ୍ରୋ ଏକ୍ସପୋ’

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ଗୋଟିଏ ପଞ୍ଚାୟତ ଗୋଟିଏ ଉତ୍ପାଦ (ୱାନ ଜିପି ୱାନ ପ୍ରୋଡକ୍ଟ) ଅଭିଯାନରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କୃଷି ଭିତ୍ତିକ ମେଳା ‘ଏଗ୍ରୋ ଏକ୍ସପୋ’ ବାମପଦା ସ୍ଥିତ ନୋସି ବିଜିନେସ ପାର୍କରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ଯୋଗଦେଇ ଏସଏଚଜି ସଦସ୍ୟାଙ୍କ ସମେତ ଗ୍ରାମୀଣ ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ କରାଇବା ଉଦ୍ଦେଶ୍ୟରେ ଏହି ସଚେତନତା ପ୍ରଦର୍ଶନୀ ତଥା କୃଷି ଭିତ୍ତିକ ମେଳା ଆୟୋଜନ ହୋଇଥିବା କହିଥିଲେ । ଏସଏଚଜି ମହିଳାଙ୍କ କ୍ଷେତ୍ରରେ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ମିଶନ ଶକ୍ତି ମାଧ୍ୟମରେ ଅଧିକରୁ ଅଧିକ ଗ୍ରାମୀଣ ମହିଳାଙ୍କୁ ସଂଗଠିତ କରି ଦୌନନ୍ଦିନ ବ୍ୟବହୃତ ସାମଗ୍ରୀ କରିବା, ଗୋଟିଏ ପଞ୍ଚାୟତରେ ଗୋଟିଏ ଉତ୍ପାଦକୁ ଗୁରୁତ୍ୱ ଦେବା ଲକ୍ଷ୍ୟରେ ସେମାନଙ୍କୁ ବୈଷୟିକ, ଯାନ୍ତ୍ରିକ ଓ ଆର୍ôଥକ ସହାୟତା ପ୍ରଦାନ କରାଯାଉଛି । ଏ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ କୃଷି କ୍ଷେତ୍ରରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ସଫଳ ଉଦ୍ୟୋଗୀ ଭାବେ ଅବସ୍ଥାପିତ କରାଇବା ଉଦ୍ଦେଶ୍ୟରେ ଏଗ୍ରୋ ଏକ୍ସପୋ ଆୟୋଜିତ ହୋଇଥିବା ଜିଲ୍ଲାପାଳ ଶ୍ର ଶିନ୍ଦେ ସୂଚନା ଦେଇଛନ୍ତି । ଆଇଏଏସ ପ୍ରୋବେସନର କିରନଦୀପ କୌର, ବାଲେଶ୍ୱର ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ ଓ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱଜିତ ପରିଡ଼ା ପ୍ରମୁଖ ଏଥିରେ ଯୋଗଦେଇ ଏଗ୍ରୋ ଏକ୍ସପୋର ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ । ଓରମାସ ଡିପିଏମ ଜିତେନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଅଧିକାରୀମାନେ ୱାନ ଜିପି ୱାନ ପ୍ରୋଡକ୍ଟର ଲୋଗୋ ଉ୍‌ନମୋଚନ କରିଥିଲେ । ଏହା ସହିତ ଉଲେଖନୀୟ ସଫଳତା ପାଇଁ ବିଭିନ୍ନ ବ୍ଲକର ଶ୍ରେଷ୍ଠ ଏସଏଚଜିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଏକ୍ସପୋ ପରିଚାଳନାରେ ଜିଲାର ସମସ୍ତ ବ୍ଲକର ବିଡିଓ, ଜିଲ୍ଲା କୃଷି ବିଭାଗ ଅଧିକାରୀ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ସକ୍ରିୟ ସହଯୋଗ କରିଥିଲେ ।ଏଥିରେ ବିଭିନ୍ନ କୃଷି ଯନ୍ତ୍ରପାତି ନିର୍ମାତା ଓ ଯୋଗାଣକାରୀ ଅନୁଷ୍ଠାନଙ୍କ ପକ୍ଷରୁ ଷ୍ଟଲ ଲାଗିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ