ୱାର୍କସ୍ କ୍ଲବ ପକ୍ଷରୁ ପ୍ରବାସୀଙ୍କୁ ଖାଦ୍ୟ ବଣ୍ଟନ

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): ଲକ୍‌ଡ଼ାଉନ୍ ଯୋଗୁଁ ଜାତୀୟ ରାଜପଥ ଦେଇ ସୁଦୂର ମହାରାଷ୍ଟ୍ର ହାଇଦ୍ରାବାଦ, ବେଙ୍ଗାଲୁର, ଚେନ୍ନାଇରୁ ଚାଲି ଚାଲି ଏବଂ ଯାନବାହାନରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ପୁଡିଆ ଓ ପାଣି ବ୍ରହ୍ମପୁର ୱାର୍କସ୍ କ୍ଲବ ସଭ୍ୟ ଓ ରେଡ଼ିଏଣ୍ଟ ପ୍ରୋସେସ୍‌ର ପରିଚାଳକଙ୍କ ସହାୟତାରେ ଗତ ତିନି ଦିନ ଧରି ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ୱାର୍କସ କ୍ଲବର ସଭାପତି ରାଜକିଶୋର ସ୍ୱାଇଁ, ଉପସଭାପତି ନରସୁ ଜେନା, ଏସ୍‌. ମହେଶ୍ୱର ପୃଷ୍ଟି, ପ୍ରାକ୍ତନ ସଭାପତି ସିମାଞ୍ଚଳ ପାଣିଗ୍ରାହୀ, ଦାମଦୋର ବେବର୍ତ୍ତା, ଓ ଫୋରମ ଫର୍ ଗଞ୍ଜାମର ଇ.ତେଜେଶ୍ର ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ