ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ନ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ରାଜନଗର ବ୍ଲକ ଅନ୍ତର୍ଗତ ଗୁଣ୍ଠି ଗ୍ରାମର ଯୁବ ଉଦ୍ୟୋଗୀ ରଞ୍ଜନ କୁମାର ସାହୁଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ନ୍ଧିତ କରାଯାଇଛି । ସାହୁ କଲିକତା, ବାଙ୍ଗାଲୁର , ମୁମ୍ବାଇ ପ୍ରଭୃତି ବଡ ବଡ ସହରରେ କପଡା କାରଖାନାରେ ମ୍ୟାନେଜର ଭାବେ କାର୍ଯ୍ୟକରି ଆସୁଥିଲେ । ଦୁଃଖକଷ୍ଟ ଭରା ଜୀବନରେ ଓଡିଶାରୁ କାମ ପାଇଁ ଯାଉଥିବା ମା, ଭଉଣୀ ମାନଙ୍କୁ ସହଯୋଗର ହାତ ବଢାଇଛନ୍ତି । କରୋନା ମହାମାରୀ ସମୟରେ କଳ କାରଖାନା ସବୁ ବନ୍ଦ ହୋଇ ଯିବାରୁ ସେଠାରେ ରହୁଥିବା ମହିଳା ଶ୍ରମିକମାନଙ୍କୁ ସାହାଯ୍ୟ କରିବା ସହିତ ନିଜ ଗ୍ରାମରେ ଏକ ଛୋଟ କପଡା କାରଖାନା ତିଆରି କରି ସେଥିରେ ୫୦ରୁ ୬୦ ଜଣ ମହିଳା ଓ ଯୁବତୀଙ୍କୁ ରୋଜଗାର କ୍ଷମ କରାଇଛନ୍ତି । ତାଙ୍କର ଏହି କାର୍ଯ୍ୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦମନ କୁମାର ମହାନ୍ତି, କେଦାର ସ୍ୱାଇଁ, ଚିତରଞ୍ଜନ ଖୁଣ୍ଟିଆ, ଅଲେଖ ନାୟକ , ଦିଲିପ ଜେନା ପ୍ରମୁଖ ତାଙ୍କୁ ସମ୍ବର୍ନ୍ଧନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ