ଗଜପତିରେ ସମୂହ ବ୍ୟାଙ୍କମାନଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା ଋଣ ମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସମୂହ ବ୍ୟାଙ୍କମାନଙ୍କ ପକ୍ଷରୁ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଆନୁକୂଲ୍ୟରେ ଆଜି ପାରଳାଖେମୁଣ୍ଡି ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାସ୍ତରୀୟ ଏକ ମେଗା ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଋଣ-ମେଳା କାର୍ଯ୍ୟକ୍ରମରେ ପ୍ରାୟ ୬୦ଜଣଙ୍କୁ ବିଭିନ୍ନ ବ୍ୟବସାୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ୫କୋଟିରୁ ଉର୍ଦ୍ଧ ଋଣ ଟଙ୍କା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ୟୁନିଅନ ବ୍ୟାଙ୍କର ଲିଡ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରି ଋଣମେଳା ସମ୍ପ୍ରକରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସେହିଭଳି ୟୁନିଅନ ବ୍ୟାଙ୍କର ରାଜ୍ୟମୁଖ୍ୟ ତଥା ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପ୍ରକରେ ଆଲୋଚନା କରି ବ୍ୟାଙ୍କ ମାନଙ୍କ ଗୁଣାବଳୀ ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ସାମାଜିକ ସୁରକ୍ଷା ଯୋଜନା ଯଥା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଜନଧନ ଯୋଜନା, ଅଟଳ ପେନସନ୍ ଯୋଜନା ସମେତ ପ୍ରଧାନମନ୍ତ୍ରୀ ସ୍ୱନିଧି ଓ ମୁଦ୍ରା ଯୋଜନା ପ୍ରଭୃତି ଯୋଜନାରେ ଲୋକମାନଙ୍କ ଅନ୍ତର୍ଭୁକ୍ତି ଓ ସେ ସବୁର ପରିକଳ୍ପନା ଉପରେ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଦେଶର ୮୦ଭାଗ ଲୋକ ଗରିବ ଓ ବେକାରୀ । ଦେଶର ବିକାଶ ହେବାକୁ ହେଲେ ମା ମାନେ ଆତ୍ମନିର୍ଭରଶୀଳ ହୋଇ ପର୍ଗତି ପଥରେ ଆଗେଇବାକୁ ହେବ । କେନ୍ଦ୍ର ସରକାର କି ରାଜ୍ୟ ସରକାର ଯିଏ ବି ହୁଅନ୍ତୁ ସମସ୍ତଙ୍କ ଗୋଟିଏ ମନ୍ତ୍ର ଯେ, ସରକାରୀ ଯୋଜନା ଲୋକଙ୍କ ନିକଟତର ହେଲେ, ଦେଶର ଆର୍ଥିକ ବିକାଶ ଘଟିବ । ଏହାର ପରିକଳ୍ପନା କରାଯାଇ ବ୍ୟାଙ୍କ ମାଧ୍ୟମରେ ଋଣ ଦେଇ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇ ଅର୍ଥନୈତିକ ବିକାଶରେ ଅଭିବୃଦ୍ଧି ଘଟାଇବା ଏହାର ଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ସେକ୍ଟରରେ ଋଣ ନେବା ପାଇଁ ଜିଲ୍ଲାବ୍ୟାପୀ ରହିଥିବା ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୪୦୦ରୁ ଉର୍ଦ୍ଧ ଦରଖାସ୍ତ ଆସିଥିବା ବେଳେ ସେଥି ମଧ୍ୟରୁ ମଞ୍ଜୁର ହୋଇଥିବା ୭୦ରୁ ଉର୍ଦ୍ଧ ଜଣଙ୍କୁ ପ୍ରାୟ ୬ କୋଟି ଟଙ୍କାର ବ୍ୟକ୍ତିଗତ ଓ ଦଳଗତ ଭାବେ ଋଣ ଟଙ୍କା ଚେକ ଆକାରରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର ଏବଂ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହି ବ୍ୟାଙ୍କ ଋଣମେଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିଅନ ବ୍ୟାଙ୍କର ରାୟଗଡା ରିଜିଓନାଲ ହେଡ୍ ଶୁଶାନ୍ତ କୁମାର ଦାସ, ଗଜପତି ଆର୍‌ସେଟି ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ମ୍ୟାନଜରମାନେ ମଞ୍ଚାସିନ ଥିଲେ । ବହୁ ସଂଖ୍ୟାରେ ବିଭିନ୍ନ ଏସ୍‌ଏଚ୍‌ଜି ଦଳ, ମା ସଦସ୍ୟା ଓ ଋଣ ନେବା ଲୋକମାନେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ସମେତ ମିଶନ ଶକ୍ତି ପକ୍ଷରୁ ମଧ୍ୟ ଗ୍ରାହକ ସଚେତନତା ଷ୍ଟଲ ଗୁଡାକ ଖୋଲାଯାଇଥିଲା ଏବଂ କାର୍ଯ୍ୟକ୍ରମରେ ବିଭିନ୍ନ ଋଣ ସମ୍ଭନ୍ଧୀୟ ସଚେତନତା ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ