ପାଣିରେ ବୁଡି ଦେହାନ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସିନ୍ଧିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁମ୍ବୁରିଆ ଗ୍ରାମର ଶ୍ରୀହରି ମହାଳିକଙ୍କ ପୁଅ ୧୨ବର୍ଷର ବାଳକ (ମିଲନ) ଗାଁ ପୋଖରୀରେ ଗାଧେଇବା ସମୟରେ ଦୁର୍ଭାଗ୍ୟ ବଶତଃ ପାଣିରେ ବୁଡି ଦେହାନ୍ତ ହେବାର ଖବର ପାଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସେଠାରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏ ଦୁଃଖ ସମୟରେ ଭଗବାନ ତାଙ୍କ ପରିବାର ବର୍ଗଙ୍କୁ ସହାୟ ହୁଅନ୍ତୁ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି। ସାଂସଦଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସମିତି ସଭ୍ୟ ଅଞ୍ଜନ ପରିଡ଼ା, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ପଞ୍ଚାୟତ ସଭାପତି ବିରେନ୍ଦ୍ର ରାଉତ, ଓ୍ବାର୍ଡ ମେମ୍ବର ବିଜୟ ଦାସ, ସଦର ଗଣମାଧ୍ୟମ ସଂଯୋଜକ ଗୌରାଙ୍ଗ ଦାସ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ