ବାଲେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତ ରତ୍ନ ଡ଼.ବାବାସାହେବ ଆମ୍ବେଦକର ଜୟନ୍ତୀ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରୀଙ୍କ ନେତୃତ୍ୱରେ ପାଳିତ ହୋଇଯାଇ ଅଛି।ଦିବା ୧୦ ଘଟିକା ସମୟରେ ଡ଼.ବାବାସାହେବ ଆମ୍ବେଦକର ଙ୍କ ଫୋଟ ଚିତ୍ରରେ ଉପସ୍ଥିତ ସମସ୍ତେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ,କେକେସି ର ରାଜ୍ୟ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ସେନାପତି,ମହିଳା କଂଗ୍ରେସ ଜିଲ୍ଲା ସଭାପତି ପ୍ରଜ୍ଞା ପରମିତା ମୋହାନ୍ତି,ଯୁବକଂଗ୍ରେସ ଜିଲ୍ଲା ସଭାପତି ରଞ୍ଜନ ଦାସ, କେକେସି ଜିଲ୍ଲା ଅଧ୍ୟକ୍ଷ ତଥା ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଜିଲ୍ଲା ଅଧ୍ୟକ୍ଷ ବିକାଶ ଦାସ,କିଷାନ କଂଗ୍ରେସ ରାଜ୍ୟ ସମ୍ପାଦକ ଅରୁଣ ଜେନା,ରେମୁଣା ବ୍ଲକ କଂଗ୍ରେସ ସଭାପତି ତରୁଣ ଦାସ,କଂଗ୍ରେସ ଯୁବ ନେତା ସୋରଜ ଲେଙ୍କା,ସଂଜୁଳତା ବେହେରା,ସୁରେଶ ଜେନା,ଆରତୀ ଜେନା କହ୍ନେଇ ବେହେରା,ମଲ୍ଲିକ ଜଲାଲ,ବିଜୟ ମାଝୀ,ଉତ୍ତମ ପ୍ରଧାନ,ଅବଦୁଲ ମସଜିଦ,ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ପ୍ରଣୟତା ଭାରତ ରତ୍ନ ଡ଼.ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ପ୍ରତିଛବିରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ