ଦିଗପହଣ୍ଡି ଓ ସାନଖେମୁଣ୍ଡି ରେ ପ୍ରାର୍ଥୀ ଦେବ ସିପିଆଇ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ  ଦିଗପହଣ୍ଡି ଓ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ସିପିଆଇ ର ସାନଖେମୁଣ୍ଡି ଓ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦର ପରିବର୍ଦ୍ଧିତ ଆଲୋଚନା ସଭା ଦିଗପହଣ୍ଡି ସ୍ଥିତ ଶ୍ରୀ ମୁକ୍ତେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ସିପିଆଇ ଦିଗପହଣ୍ଡି ଶାଖା କମିଟି ସମ୍ପାଦକ ତପନ ମିଶ୍ର ଅଧ୍ୟକ୍ଷତା କରିଥିଲେ।  ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ସିପିଆଇର ସଙ୍ଗଠନ ଥିବା ସାନଖେମୁଣ୍ଡି ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପାର୍ଟିର ନିର୍ବାଚନୀ କାର୍ଯକ୍ରମ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଆଗତ ସହ ଦୁଇ ଜୋନାଲ କମିଟିର ନିର୍ବାଚନୀ ନିଷ୍ପତ୍ତି ସମ୍ପର୍କରେ ନିର୍ଦ୍ଧାରଣ କରାଯାଇଥିଲା। ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ପ୍ରମୁଖ ଜନ ସମସ୍ୟା ତଥା ଶିକ୍ଷା ସ୍ବାସ୍ଥ୍ୟ କୃଷି ଜଳସେଚନ ବେକାରୀ ସମସ୍ୟା ନିରାକରଣ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ସହ ଦିଗପହଣ୍ଡି ଓ ସାନଖେମୁଣ୍ଡି ଚାଷୀଙ୍କ  ଜୀବନରେଖା ଘୋଡାହାଡ, ରଘୁନାଥ ସାଗର, ଖଇରବାଙ୍କ ଗୋପାଳଗଣ୍ଡ ,ବେଲଘାଇ ଜଳଭଣ୍ଡାର ସମ୍ପ୍ରତି ସରକାରୀ ଉଦାସୀନତା ଯୋଗୁଁ ଶୁଷ୍କ ପଡ଼ିବା ସହ ଚାଷୀଙ୍କ ସ୍ୱାର୍ଥରେ ଆସୁନଥିବା ନେଇ ସଭାରେ ମତପ୍ରକାଶ ପାଇଥିଲା।  ସ୍କୁଲ କଲେଜ ମାନଙ୍କରେ ଆବଶ୍ୟକ ଶିକ୍ଷକ ଅଭାବ ଡାକ୍ତରଖାନାରେ ଡ଼ାକ୍ତର ଅଭାବ ସାଙ୍ଗକୁ ଗଞ୍ଜାମ ଜିଲା ରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପ୍ରଭୃତି ଜନସମସ୍ୟା  ସମେତ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଧର୍ମାନ୍ଧ ମୌଳବାଦି ଫାସିଷ୍ଟ ଶକ୍ତି ବିରୋଧରେ ସିପିଆଇ ତାର ନିର୍ବାଚନୀ ଲଢ଼େଇରେ ଅସ୍ତ୍ର କରିବ ବୋଲି ସଭାରେ ଉପସ୍ଥିତ ଦଳୀୟ ନେତୃବୃନ୍ଦ ସୂଚନା ଦେଇଛନ୍ତି। ଦେଶ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭାଜପା ଓ ବିଜେଡ଼ିକୁ ପରାସ୍ତ କରିବା ପାଇଁ ଇଣ୍ଡିଆ ମେଣ୍ଟ ଗଠନ ଓ ମିଳିତ ନିର୍ବାଚନ ଲଢ଼େଇ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ବାମଦଳ ମାନଙ୍କ ସହ ବିଚାର ବିମର୍ଷ ନକରି  କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବାରୁ  ଆସନ୍ତା ନିର୍ବାଚନରେ ସାନଖେମୁଣ୍ଡି ଓ ଦିଗପହଣ୍ଡି ବିଧାନସଭା ଆସନରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ସଭାରେ ପ୍ରସ୍ତାବ ଗୃହୀତ କରାଯିବା ସହ ଏନେଇ ଜିଲା କମିଟିକୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।ସଭାରେ ସିପିଆଇ ଜିଲା ସହ ସମ୍ପାଦକ ପ୍ରଦୀପ ସେଠୀ ,ଜୋନ ସମ୍ପାଦକ କୈଳାସ ପାତ୍ର ,କିଶୋର ଶତପଥୀ ସିପିଆଇ ଜିଲା କାର୍ଯ୍ୟକାରୀ କମିଟି ସଭ୍ୟ ଅଳକନାଥ ମିଶ୍ର, ବୃନ୍ଦାବନ ପଣ୍ଡା ,ଅନନ୍ତ ମହାଙ୍କୁଡ, ଅଶୋକ କୁମାର ଜେନା ,ଏ କୃଷ୍ଣମୂର୍ତ୍ତି ପାତ୍ର, ବିନାୟକ ଦାଶ ଆର୍ . ଦିନବନ୍ଧୁ ଦୈତାରି ରେଡ୍ଡୀ, ରବୀନ୍ଦ୍ର ବିଶୋଇ, ପାଣ ସେଠୀ, ମୂଷା ବେହେରା, ଏ. ନରେନ୍ଦ୍ର ରେଡ୍ଡୀ, ପ୍ରଶାନ୍ତ ଭୂୟାଁ, ଗୋଲା ସ୍ଵାଇଁ, ସନ୍ତୋଷ ସ୍ଵାଇଁ, ଉଦୟନାଥ ମଳିକ, ଅଶୋକ କୁମାର ସେଠୀ, ଦୀନବନ୍ଧୁ ବିଷୋୟୀ, ଲୋକନାଥ ବିଷୋୟୀ, ରମେଶ ବାଡ଼ତ୍ୟା, ପର୍ଶୁରାମ ବିଷୋୟୀ, ଦଣ୍ଡପାଣି ସାହୁ ,ପ୍ରଦୀପ ପରିଡ଼ା, ଝିଲି ସେଠୀ, ନମିତା ସ୍ଵାଇଁ, ପୂର୍ଣ୍ଣବାସୀ ବିଶୋୟୀଙ୍କ ସମେତ ସିପିଆଇ ଶାଖା କମିଟି ଗୁଡ଼ିକର ଶତାଧିକ ଦଳୀୟ କର୍ମୀ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ