ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ

ନିମାପଡା(ସନ୍ତୋଷ ଦାଶ) ଆଜି ସୋମବାର ପବିତ୍ର କନ୍ୟା ସଂକ୍ରାନ୍ତି ତିଥି ରେ ପୁରୀ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ଧୁମ ଧାମ ରେ ପାଳିତ ହୋଇଥିଲା। ହିନ୍ଦୁ ଧର୍ମରେ ବିଶ୍ଵକର୍ମା ଙ୍କୁ ନିର୍ମାଣ ଓ ସୃଜନ ର ଦେବତା ଭାବେ ବିବେଚନା କରାଯାଇଥାଏ। ଏଣୁ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ନିର୍ମାଣ ସାମଗ୍ରୀ ପ୍ରସ୍ତୁତ ଅନୁଷ୍ଠାନ, ମୋଟର ଗ୍ୟାରେଜ, ବିଭିନ୍ନ କଳ କାରଖାନା ଗୁଡ଼ିକରେ ପ୍ରଭୁ ବିଶ୍ଵକର୍ମା ଙ୍କ ମୃଣୟୀ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରା ଯାଇଥିଲା। ବିଶ୍ଵକର୍ମା ପୂଜା ପାଇଁ ଗାଁ ଠୁଁ ସହର ଉତ୍ସବ ମୁଖର ହୋଇ ପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ