ଶୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କ ଆଗରେ ଶୁଭଦ୍ରା ମାନେ ହନ୍ତସନ୍ତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଶୁଭଦ୍ରା ଯୋଜନା ଟଙ୍କା ପାଇବା ପାଇଁ ନିଜ ନିଜ ବ୍ୟାଙ୍କ ଖାତାକୁ ଠିକ୍ କରିବା ପାଇଁ ଗଞ୍ଜାମ ଜିଲ୍ଲା ଜଅନ୍ତର୍ଗତ ଗନ୍ନାଥ ପ୍ରସାଦ ଅଞ୍ଚଳରେ ରହିଥିବା ବ୍ୟାଙ୍କର ଶାଖା ଗୁଡ଼ିକ ସମୁଖରେ ମହିଳା ମାନଙ୍କ ଭୀଷଣ ଭିଡ଼ ହେଉଥିବା ଦେଖିବାକୁ ମିଳିଛି।ଇଣ୍ଡିଆନ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଆଗରେ ସରକାରଙ୍କ ଶୁଭଦ୍ରା ମାନେ ପ୍ରଚଣ୍ଡ ରୌଦ୍ରତାପରେ ଠିଆ ହୋଇ ନାହିଁ ନଥିବା ହଇରାଣ ହେଉଛନ୍ତି। ପ୍ରଚଣ୍ଡ ରୌଦ୍ରତାପ ଥିଲେ ମଧ୍ୟ ବ୍ୟାଙ୍କ ତରଫରୁ ପାନୀୟ ଜଳ, ବସିବା ଓ ପାଲର ବ୍ୟବସ୍ଥା କରା ଯାଇ ନାହିଁ | ମହିଳା ମାନେ ପ୍ରଚଣ୍ଡ ରୌଦ୍ରତାପରେ ରାସ୍ତା ପର୍ଯ୍ୟନ୍ତ ଧାଡ଼ି ରେ ଘଣ୍ଟା ଘଣ୍ଟା ଠିଆ ହୋଇ ରହୁଛନ୍ତି। ମହିଳା ମାନେ ଏଣେ ତେଣେ ଖରାରେ ବସିରହୁଛନ୍ତି, ମହିଳା ମାନଙ୍କ ଏପରି ଅବସ୍ଥା ଦେଖିଲେ, ମନେ ହେଉଛି ସରକାରଙ୍କ ମହିଳା ମାନଙ୍କ ପ୍ରତି ଯେଉଁ ସମ୍ମାନ କରି ଶୁଭଦ୍ରା ଯୋଜନା କରିଛନ୍ତି ତାହାକୁ ବ୍ୟାଙ୍କ କତୃପକ୍ଷଙ୍କ ଖାତିର ନାହିଁ। ଏହି ବିଷୟ ରେ ମହିଳା ମାନଙ୍କୁ ପଚାରିଲେ କହିବାକୁ ଡରୁଛନ୍ତି, କାରଣ କାଳେ ବ୍ୟାଙ୍କ କର୍ମଚାରୀ ସେମାନଙ୍କ ବ୍ୟାଙ୍କ ଖାତା ର ଅପଡେଟ କରିବେ ନାହିଁ। ତେଣୁ ହିତାଧିକାରୀଙ୍କ ପାଇଁ ପାନୀୟ ଜଳ, ବସିବାର ବ୍ୟବସ୍ଥା, ଖରା ଦାଉରୁ ରକ୍ଷା ପାଇଁ ପାଲ ଟାଣିବାର ବ୍ୟବସ୍ଥା ତୁରନ୍ତ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପ୍ରଶାସନର ଆବଶ୍ୟକତା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ