ମହାରଥୀଙ୍କ ପରିବାରରେ ବାଜିବ ସାହାନାଇ

ଭୁବନେଶ୍ୱର- ବିଜେଡିର ପୂର୍ବତନମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ କନ୍ୟା ପଲ୍ଲବୀ ମହାରଥୀ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସେ ଓଲିଉଡର ଜଣାଶୁଣା ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ ବିବାହ କରିବେ ବୋଲି ଜଣାପଡିଛି ।  ଏନେଇ ସେ ସୋସିଆଲ ମିଡିଆରେ ରିଙ୍ଗ୍ ସେରେମୋନି ଫଟୋ ଛାଡିଛନ୍ତି । ନିର୍ବନ୍ଧ ସରିଛି ଏବେ ଅପେକ୍ଷା ବାହାଘରକୁ ।ଏମାନେ ଖୁବ୍ ଶୀଘ୍ରହାତକୁ ଦି ହାତ ହେବେ । ଅର୍ଦ୍ଧେନ୍ଦୁ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ମହାରଥୀଙ୍କ ସହ ନିର୍ବନ୍ଧ ହୋଇଛି । ପଲ୍ଲବୀ ପେସାରେ ଜଣେ ଡାକ୍ତର । ଗୁରୁବାର ସନ୍ଧ୍ୟାରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଏହି ନିର୍ବନ୍ଧ ସମାରୋହରେ ଓଲିଉଡର ଜଣାଶୁଣା କଳାକାରମାନେ ଉପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି ଯେ, ଏହି ଯୋଡି ଫ୍ରେବୁଆରି ୧୪ ଭାଲେଣ୍ଟାଇନସ ଡେ ‘ରେ ବିବାହ କରିପାରନ୍ତି । ବ୍ଲାକ୍ମେଲ୍ ଚଳଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅର୍ଦ୍ଧେନ୍ଦୁ ଅନେକ ହିଟ୍ ଓଡିଆ ଚଳଚିତ୍ରରେ ଅଭିନୟ କରି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ