ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍ ) : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଷ ବିଭାଗ ପକ୍ଷରୁ ବ୍ରହ୍ମପୁର ବନଖଣ୍ଡ ଆନୁକୂଲ୍ୟରେ ଶୁକ୍ରବାର ହିଂଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ଠାରେ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ବହୁ ରୋଗୀଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଚଷମା ଓ ଔଷଧ ବଂଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଚକ୍ଷୁ ବିଭାଗୀୟ ଡ଼ାକ୍ତର ନାରାୟଣ ନାହାକ, ନିକୁଂଜ ସାହୁ, ସାଗରିକା ପ୍ରଧାନ, କେ. ଦିଗାଲ ଓ ସ୍ୱାସ୍ଥ୍ୟ ବିଭାଗୀୟ ଡ଼ାକ୍ତର ଶ୍ରଦ୍ଧାଂଜଳି ନାହାକ, ଫାର୍ମାସିଷ୍ଟ ରାକେଶ କୁମାର ପାଣିଗ୍ରାହୀ, ନରସିଂହ ବେହେରା, ସୁରେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ରୋଗୀଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମରେ ହିଂଜିଳିକାଟୁ ବନବିଭାଗୀୟ ବିଟହାଉସ ଭାରପ୍ରାପ୍ତ ଫରେଷ୍ଟର ପ୍ରଦିପ କୁମାର ପଣ୍ଡା, କମଳକାନ୍ତ ପାତ୍ର, ନିରାକାର ବେହେରା, ମିତାରାଣୀ ବିଶ୍ୱାସରାୟ, ଜିତେନ୍ଦ୍ର ସେଠି, ତ୍ରିନାଥ ବିଶ୍ୱାସରାୟ, କୃଷ୍ଣଚନ୍ଦ୍ର ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଋିପୋର୍ଟ – ଶେଷଦେବ ସାହୁ