ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ

କଳିଙ୍ଗନଗର,-: ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜେନେରାଲ ଅଫିସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗର ମେକାନିକାଲ ମେଂଟେନାନ୍‌ସ ବିଭାଗ ମୁଖ୍ୟ ଶ୍ରୀ ସତିଶ କୁମାର ତିୱାରୀ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ତିୱାରୀ କହିଥିଲେ ଯେ, ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପାଇଁ ୨୦୧୯ ମସିହା ବେଶ ଉତ୍ସାହଜନ ରହିଥିଲା । ଗତ ବର୍ଷ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ କାର୍ଯ୍ୟାରମ୍ଭ ହେବା ସହିତ ବିଭିନ୍ନ ଅପରେସନ୍ ବିଭାଗରେ ମାଇଲଖୁଂଟ ହାସଲ କରିଥିଲା । ବିଶ୍ୱ ଅର୍ଥନୈତିକ ମଂଚ ପକ୍ଷରୁ ଟାଟା ଷ୍ଟିଲ କଳିଙ୍ଗନଗରକୁ ଗ୍ଲୋବାଲ୍ ଲାଇଟ୍‌ହାଉସ୍ ନେଟୱକ୍‌ରେ ସାମିଲ କରାଯାଇଛି । ଏହାବ୍ୟତୀତ କମ୍ପାନୀକୁ ଚଳିତ ବର୍ଷ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ଜାତୀୟ ଉର୍ଜା ସଂରକ୍ଷଣ ବିଭାଗରେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହିତ ବିସ୍ଥାପିତ ପରିବାର ଓ ସ୍ଥାନୀୟ ଲୋକମାନଙ୍କ ଅନ୍ତର୍ଭୁକ୍ତକାରୀ ବିକାଶ ପାଇଁ କମ୍ପାନୀ ନିରବିଛନ୍ନ ଭାବେ କାର୍ଯ୍ୟ କରୁଛି । ଦ୍ୱିତୀୟ ପର୍ଯ୍ୟାୟରେ କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍ ରୁ ୮ ନିୟୁତ ଟନ୍‌କୁ ବୃଦ୍ଧି ହେବା ସହିତ ସ୍ଥାନୀୟ ଅଂଚଳର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଅଧିକାରୀ, ସିଆଇଏସ୍‌ଏଫ୍ ଓ ଟାଟା ଷ୍ଟିଲ ନିରାପତା ଅଧିକାରୀ , ଟାଟା ପରିବାରର ସଦସ୍ୟ ଓ ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ସେହିପରି ବାଲାଶ୍ରମ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ଟାଟା ଷ୍ଟିଲର ପ୍ରଜ୍ଞାପନ ମେଢ ଭାଗ ନେଇଥିଲା । ଶ୍ରେଷ୍ଠ ଜ୍ଞାନ କୌଶଳରେ ନିର୍ମିତ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ସହିତ ଯାଜପୁର ଜିଲ୍ଲାରେ କମ୍ପାନୀ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ଏଥିରେ ସ୍ଥାନିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ