ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଛତ୍ରପୁର-: ସ୍ଥାନୀୟ ବ୍ଲକ୍ କଲୋନୀ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷୟତ୍ରୀ କାଳୀପ୍ରସାଦିନି ମହାପାତ୍ରଙ୍କ ପୌରୋହିତ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ସୁଧୀର କୁମାର ପଟ୍ଟନାୟକ ଯୋଗ ଦେଇ ପିଲାମାନଙ୍କୁ ସୁନାଗରିକ ହେବା ନିମନ୍ତେ ଆହ୍ୱାନ ଦେବା ସହ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏବିଇଓ ସୀତାରାମ ପାତ୍ର, ସମର୍ଥ ଅନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍ ଓ ଶିକ୍ଷୟତ୍ରୀ ଭି. ରୋଜାରମଣିଙ୍କ ସମେତ ବହୁ ଅଭିଭାବକ ଓ ଅଭିଭାବିକା ମାନେ ଉପସ୍ଥିତ ଥିଲେ ।


