ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ
ନାଉଗାଁ : ନାଉଗାଁ ବ୍ଲକରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଚାଇନା ପ୍ରଧାନ, ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ଅମ୍ବିକା ପ୍ରସାଦ ଚାନ୍ଦ, ସୁନିଲ କୁମାର ମାଟିଆ, ସରୋଜ କୁମାର ଲେଙ୍କା, ସୌମ୍ୟସଂଜୀବ ଦାସ,ସ୍ମୃତିରଂଜନ ଜେନା, ବୁଲୁ ସ୍ୱାଇଁ, ନିଗମାନନ୍ଦ ସ୍ୱାଇଁ, ତାରକନାଥ ଜେନା, ଅମନଦିପ ରାଉତ,ପଂକଜ ବେହୁରା ପ୍ରମୂଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅପର୍ଣ କରି ଶ୍ରଦ୍ଧାଂଜଳି ଜଣାଇଥିଲେ ।