କେନ୍ଦ୍ରାପଡା ପବ୍ଲିକ ସ୍କୁଲ ପକ୍ଷରୁ ବୈଜ୍ଞାନିକ ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପବ୍ଲିକ ସ୍କୁଲ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟରତ ବୈଜ୍ଞାନିକ ପ୍ରାଧ୍ୟାପକ ଡଃ.ଦେବେନ୍ଦ୍ର କୁମାର ଦାସଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ପ୍ରଫେସର ଡଃ. ଦାସଙ୍କୁ ଭବ୍ୟ ସ୍ୱାଗତ ସହିତ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସ୍କୁଲର ପ୍ରତିଷ୍ଠାତା ତଥା ସମାଜସେବୀ ଅଧ୍ୟାପକ ଅଜୟ କୁମାର ରାଉତ ତାଙ୍କ ସମ୍ବର୍ଦ୍ଧନା ପ୍ରଦାନ ଭାଷଣରେ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରଫେସର ଡଃ. ଦାସଙ୍କ ଜୀବନର ଆଦର୍ଶକୁ ପାଥେୟକରି ସେମାନେ ଜୀବନରେ ବଡ ମଣିଷ ହେବା ପାଇଁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ବୈଜ୍ଞାନିକ ପ୍ରଫେସର ଡଃ. ଦାସ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପଢି ବୈଜ୍ଞାନିକ ହୋଇ ଭବିଷ୍ୟତରେ ବିଶ୍ୱ ସମ୍ମୁଖିନ ହେବାକୁ ଯାଉଥିବା ସମସ୍ୟା ବିଷୟରେ ଗବେଷଣା କରିବାକୁ ଉପଦେଶ ଦେଇଥିଲେ । ଏହି ଅବସରରେ ଡଃ.ଦାସ ସ୍କୁଲର ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।