ନୋଭେଲ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ସମୀକ୍ଷା କଲେ କ୍ୟାବିନେଟ ସଚିବ

ଆଜି ନୂଆଦିଲ୍ଲୀରେ କ୍ୟାବିନେଟ ସଚିବ ନୋଭେଲ କରୋନା ଭୂତାଣୁ ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ଏବଂ ଆଇଟିବିପି, ଏଏଏଫଏମଏସ ଓ ଏନଡିଏମଏ ର ପ୍ରତିନିଧିମାନେ ଏହି ଉଚ୍ଚସ୍ତରୀୟ ବୈଠକରେ ଉପସ୍ଥିତ ଥିଲେ । ବର୍ତମାନ ସୁଦ୍ଧା କରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା ଲାଗି କ୍ୟାବିନେଟ ସଚିବ ୬ଟି ବୈଠକ କରିସାରିଲେଣି । ଏକ ନୂଆ ଯାତ୍ରା ସତର୍କତା ଜାରି କରାଯାଇଛି । ଏଥିରେ ଲୋକମାନଙ୍କୁ ଚୀନ ଯାତ୍ରା ନକରିବା ଲାଗି ପରାମର୍ଶ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଚୀନରୁ ଫେରିବା ପରେ ଯାତ୍ରୀଙ୍କୁ ପୃଥକ ଭାବେ ରଖାଯାଇପାରେ । ୧୫ ଜାନୁଆରୀ, ୨୦୨୦ ପରଠାରୁ ବର୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଚୀନ ଯାତ୍ରା କରିଛନ୍ତି ଏବଂ ଯେଉଁମାନେ ଚୀନ ଯାତ୍ରା କରିବେ ସେମାନଙ୍କୁ ଫେରିବା ପରେ ଅଲଗା ରଖାଯିବ । ବର୍ତମାନ ସୁଦ୍ଧା ଦେଶରେ ପହଁଚିଥିବା ୪୪୫ଟି ବିମାନର ୫୮,୬୫୮ ଜଣ ଯାତ୍ରୀଙ୍କୁ ପରୀକ୍ଷା କରାଯାଇଛି । ରୋଗର ଲକ୍ଷଣ ଥିବା ୧୪୨ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ପୃଥକ ଭାବେ ରଖାଯାଇଛି । ୧୩୦ଟି ନମୁନାର ପରୀକ୍ଷା କରାଯାଇଛି । ଏଥିମଧ୍ୟରୁ ୧୨୭ଟି ନମୁନାରେ ରୋଗର ସଂକ୍ରମଣ ନାହିଁ । କେରଳରେ ୩ ଜଣଙ୍କ ଠାରେ ରୋଗର ସଂକ୍ରମଣ ଦେଖାଦେଇଛି । ଏବଂ ସେମାନଙ୍କୁ କଡ଼ା ନିରୀକ୍ଷଣ ମଧ୍ୟରେ ରଖାଯାଇଛି । ସେମାନଙ୍କ ଅବସ୍ଥା ବର୍ତମାନ ସ୍ଥିର ରହିଛି । ଉହାନରୁ ୩୩୦ ଜଣ ଯାତ୍ରୀଙ୍କୁ ନେଇ ଦ୍ୱିତୀୟ ବିମାନ ଭାରତରେ ପହଁଚିସାରିଛି । ଏମାନଙ୍କ ମଧ୍ୟରେ ମାଳଦୀପର ୭ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣ ମାଳଦୀପ ନାଗରିକଙ୍କ ସମେତ ୩୦୦ ଯାତ୍ରୀଙ୍କୁ ଆଇଟିବିପି ଚାୱଲା କ୍ୟାମ୍ପରେ ଏବଂ ୩୦ଯାତ୍ରୀଙ୍କୁ ମାନେସାରରେ ରଖାଯାଇଛି । ଏ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ଗଭୀର ଦୃଷ୍ଟି ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ