ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ କେନ୍ଦୁଆପଦା ଗ୍ରାମର ଧର୍ମପରାୟଣ, ପରୋପକାରୀ, ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ସ୍ୱର୍ଗତ ନନ୍ଦ କିଶୋର ସ୍ୱାଇଁଙ୍କର ଏକାଦଶାହ କ୍ରିୟା ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ବିଷ୍ଣୁ ମୋହନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ପୀତାମ୍ବର ରାଉତ, କେନ୍ଦୁଆପଦା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶଶୀ ଶେଖର କରଶର୍ମା, ନାଆମୀ ବିଜ୍ଞାନ ମହାବିଦ୍ୟାଳୟର ଗଣିତ ବିଭାଗ ଅଧ୍ୟାପକ ଚିନ୍ତାମଣି ମହାକୁଡ, ଅଧ୍ୟାପକ ପ୍ରମୋଦ କୁମାର ଜେନା, ସମିତି ସଭ୍ୟ ବିଜୟ କୁମାର ଖଟୁଆ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୂରଲୀଧର ଲେଙ୍କା, ବିଷ୍ଣୁ ମୋହନ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାଣିଗ୍ରାହୀ, ପ୍ରବଚକ ଚିତ୍ତ ରଂଜନ ନାୟକ, ଶିକ୍ଷକ ଆଲୋକ କୁମାର ପ୍ରଧାନ, ଅଧ୍ୟାପକ ପ୍ରଦୀପ କୁମାର ସ୍ୱାଇଁ, ପ୍ରମୋଦ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ୱାଇଁ, ଶାନ୍ତନୁ କୁମାର ସ୍ୱାଇଁ, ସୁଧୀର କୁମାର ସ୍ୱାଇଁ, ଅଧ୍ୟାପକ ତାରାକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସ୍ୱାଇଁଙ୍କ ଆଦର୍ଶମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଆର୍ଯ୍ୟମାନ ପ୍ରଧାନ ବେଦପାଠ ଓ ଗୀତାର ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗ ପାଠ କରିଥଲେ । ଏହି ଅବସରରେ ଦିବସ ବ୍ୟାପୀ ଗୀତାପାଠ, ନାମସଂକୀର୍ତ୍ତନ, ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ