ଗଜପତିରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିଉନ୍ନତମାନର ଶିକ୍ଷା ଉପରେ ଗୁରୁତ୍ୱାରୋପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଓଡିଶା ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି ଆଜି ଗଜପତି ଜିଲ୍ଲା ଗ୍ରସ୍ତ କରି ଫେରିଛନ୍ତି । କମିଟିର ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଏବଂ ବିଧାୟକ ଶଙ୍କର ଓରାମ ୨ଜଣଙ୍କ ସହ ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଜିଲ୍ଲାର କେତେକ ଆଦର୍ଶ ବିଦ୍ୟାଳୟ,ପ୍ରାଇମେରୀ ବିଦ୍ୟାଳୟ ଓ କଲେଜ ଆଦିକୁ ଯାଇ ସେଠାକାର ଭିତ୍ତିଭୁମି ପରଖିବା ସହ ଶିକ୍ଷାଦାନ ବ୍ୟବସ୍ଥାକୁ ଅନୁଧ୍ୟାନ କରଥିଲେ । ପରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମିକ୍ଷା ବୈଠକରେ ଯୋଗ ଦେଇ ଗଜପତି ଜିଲ୍ଲାରେ ଶିକ୍ଷାର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ଆଦର୍ଶ ବିଦ୍ୟାଳୟ ଗୁଡିକରେ ବିଭିନ୍ନ ଉନ୍ନତି ସହ ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସରକାରୀ ପ୍ରାଇମେରି ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆବଶ୍ୟକୀୟ ଉନ୍ନତି ଓ ଶିକ୍ଷାଦାନ ବ୍ୟବସ୍ଥାକୁ ଦ୍ୱିଗୁଣିତ କରି ଉତ୍ତମ ପରୀକ୍ଷା ଫଳ ଆଣିବାକୁ ପଡିବ । ଗଜପତି ଜିଲ୍ଲାରେ ରହିଥିବା ସମସ୍ତ ଛାତ୍ରବାସ ଗୁଡିକରେ ରହିଥିବା ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ କରି ଆବଶ୍ୟକୀୟ ଉନ୍ନତି କରିବା ପାଇଁ ଲିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳା ବିଧାୟକ କେ.ନାରାୟଣ ରାଓ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ,ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ