କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ପ୍ରିୟଙ୍କାରାଣୀଙ୍କ ସ୍ମୃତିସଭା
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ପ୍ରିୟଙ୍କାରାଣୀଙ୍କ ସ୍ମୃତିରେ ଗୁରୁବାର ସନ୍ଧ୍ୟାରେ ହିଂଜିଳିକାଟୁ କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ସ୍ଥାନୀୟ ପୌରାଂଚଳ ରଜାସାହି ସ୍ଥିତ କଳିଙ୍ଗ ବୈଶ୍ୟ ଭବନରେ ସଭାନେତ୍ରୀ ଟି. ଅର୍ଚ୍ଚନା ପାତ୍ରଙ୍କ ତତ୍ୱାଧାନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ମୃତ୍ୟୁ ପରେ କିଡ଼ିନ ଦାନ କରି ଓଡ଼ିଶାର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ନୂଆଁ ଅଧ୍ୟାୟ ସୃଷ୍ଟି କରିଥିବା କହିଥିଲେ । ଜୀବନ ଦୀପ ନିର୍ବାପିତ ହେବା ପୂର୍ବରୁ ପରିବାରର ଏଭଳି ନିଷ୍ପତିରୁ ସେ ଓଡ଼ିଶାରେ ଅମା ହେବା ସହ ରାଜ୍ୟବାସୀଙ୍କ ପାଇଁ ଏହା ପ୍ରେରଣା ହେବ ବୋଲି କହିଥିଲେ । ପ୍ରିୟଙ୍କାଙ୍କ ସ୍ମୃତି ଚାରଣ କରିବା ସହ ସଂଘର ବହୁ ମହିଳା ଓ ଯୁବକ ଭବନ ପରିସରରେ ସମବେତ ହୋଇ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ସକାଶେ ୨ମିନଟ ନିରବ ପ୍ରାର୍ଥନା କରିଥିଲେ । ଆୟୋଜିତ ସ୍ମୃତିସଭାରେ ସୁନିତା ପାତ୍ର, ମିନାକ୍ଷୀ ପାତ୍ର, କାଳିଆ ପାତ୍ର, ମିଟୁ ପାତ୍ର, ଲୁନା ପାତ୍ର, ଟି. ରାମେଶ୍ୱର ପାତ୍ରଙ୍କ ସମେତ କଳିଙ୍ଗ ବୈଶ୍ୟ ମହିଳା ଓ ଯୁବକ ସଂଘର ବହୁ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ।


