ପୋଟଲାମପୁରସରପଂଚଙ୍କ ସପକ୍ଷବାଦୀ ମାନେ ଜିଲ୍ଲାପାଳଙ୍କୁ ଭେଟିଲେ

ଛତ୍ରପୁର-: ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଟଲାମପୁର ଗ୍ରାମପଂଚାୟତରେ ସରପଂଚଙ୍କ ସପକ୍ଷବାଦୀ ବିପଦକ୍ଷବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଛକାପନଝା ଚାଲିଛି । ଗତ ସୋମବାର ଦିନ ନାଏବ ସରପଂଚ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ୧୦ଜଣ ୱାର୍ଡ଼ ସଭ୍ୟ ସରପଂଚଙ୍କ ମନମୁଖୀ କାର୍ଯ୍ୟ ନେଇ ସ୍ଥାନୀୟ ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସରପଂଚଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଘଟଣାର ୪ଦିନ ପରେ ଆଜି ସରପଂଚଙ୍କ ସପକ୍ଷବାଦୀମାନେ ସରପଂଚଙ୍କ ସମେତ ବହୁ ୱାର୍ଡ଼ ସଭ୍ୟ ଏବଂ ପଂଚାୟତର ମୁଖ୍ୟ ବ୍ୟକ୍ତିମାନେ ସାମିଲ୍ ହୋଇ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ୍‌ୁ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ଏହି ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ପୋଟଲାମପୁର ସରପଂଚ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ବିରୋଧରେ ଆପଣଙ୍କ ନିକଟରେ କରାଯାଇଥିବା ଅଭିଯୋଗ ଉପରେ ଗତ ୫.୨.୨୦୨୦ତାରିଖ ଦିନ ରାଜିନାମା ପତ୍ର ଏହିକି ଯେ ଆମ ମଧ୍ୟରେ ଏବଂ ସରପଂଚ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ମଧ୍ୟରେ ରହିଥିବା ସମସ୍ତ ଅଭିଯୋଗର ସଂପୂର୍ଣ୍ଣ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଆଲୋଚନା ହୋଇ ସମସ୍ତେ ଆଣିଥିବା ଅଭିଯୋଗ ଏବଂ ଆମ ମଧ୍ୟରେ ଥିବା ସମସ୍ତ ବିବାଦ ଓ ମନମାଲିନ୍ୟର ଆପୋଷ ସମାଧାନ ହୋଇଯାଇଛି ଏବଂ ଆପଣଙ୍କୁ ଅବଗତ କରାଉଛୁ ଯେ ଆମ ଭିତରେ କୌଣସି ତିକ୍ତତା ମନଭାବ ଉପରୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଏମାନଙ୍କ ଉପରେ କେବେ ହେଲେ ଆପଣଙ୍କ ନିକଟରେ ସତ୍ୟାସତ୍ୟ ନଜାଣି ଅଭିଯୋଗ କରିବୁ ନାହିଁ । ଏହି ସ୍ମାରକପତ୍ର ପ୍ରଦାନ ବେଳେ ସରପଂଚ ସୁବାସିନି ବାରିକି, ସ୍ୱାମୀ ରମେଶ ବାରିକି, ଶମ୍ବୁନାଥ ସ୍ୱାଇଁ, ବିଜେଡି ବ୍ଲକ୍ ସଭାପତି ସ୍ୱପ୍ନେଶ୍ୱର ନାହକ, ରବିନ୍ଦ୍ର ପଣ୍ଡା, ନିରଞ୍ଜନ ସ୍ୱାଇଁଙ୍କ ସମେତ ବହୁ ୱାର୍ଡ଼ ସଭ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି କି ଯେ ସରପଂଚଙ୍କ ସପକ୍ଷରେ ଆସିଥିବା କିଛି ଯୁବକ ଅଭିଯୋଗ କରିଛନ୍ତି ଯେ ସରପଂଚଙ୍କୁ ପଂଚାୟତରେ ମହୁଲି ମଦ ଦୋକାନ ଖୋଲିବା ନିମନ୍ତେ ଚାପ ପକାଉଥିଲେ । ଏହାକୁ ନେଇ ବ୍ୟତିକ୍ରମ କରିବାରୁ କିଛି ବିପକ୍ଷ ଗୋଷ୍ଠୀର ଲୋକଙ୍କ ପ୍ରରୋଚନାରେ ସରପଂଚଙ୍କ ବିପକ୍ଷ ଗୋଷ୍ଠୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ସାଧାରଣରେ ମତ ହେଉଛି ଯେ ସରପଂଚଙ୍କ ବିପକ୍ଷ ଓ ସପକ୍ଷ ଗୋଷ୍ଠୀ ମଧ୍ୟରେ ପଂଚାୟତର କିଛି ଉନ୍ନୟନ କାର୍ଯ୍ୟ କରିବା ନିମନ୍ତେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ