ଟଙ୍କା ଫେରାଇ ମାନବିକତା ଦେଖାଇଲେ ହୋମଗାର୍ଡ ବଳରାମ ମାଝୀ
କୋଦଳା,(ଯୁଗାବ୍ଦ ନ୍ୟୁଜ୍): ବେଗୁନିଆପଡା ଫାଣ୍ଡିରେ ହୋମ ଗାର୍ଡ ଭାବେ କାର୍ଯ୍ୟରତ ଥିବା ବଳରାମ ମାଝିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁୂଟିବାରେ ଲାଗିଛି । ବଳକା ଟଙ୍କା ସମବାୟ ବ୍ୟାଙ୍କକୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଧାନ ମଣ୍ଡିରେ ଧାନ ବିକ୍ରୟ ପରେ ବେଗୁନିଆପଡା ସମବାୟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ ବଳରାମ । ତାଙ୍କର ଧାନର ମୁଲ୍ୟ ପ୍ରାପ୍ୟ ୨୪,୫୦୦ ଟଙ୍କା ଉଠାଣ ନିମନ୍ତେ ଫର୍ମରେ ପୁରଣ କରିଥିବା ବେଳେ ବ୍ୟାଙ୍କ କର୍ମଚାରୀ ଅସାବଧାନତା ସହ ବଳରାମ ଙ୍କୁ ନଗଦ ୪୯ ହଜାର ଟଙ୍କା ଦେଇଥିଲେ । ବ୍ୟାଙ୍କ ଗହଳି ହୋଇଥିବାରୁ ଟଙ୍କା ନଗଣି ଘରକୁ ଚାଲିଆସିଥିଲେ ବଳରାମ । ଏହାପରେ ଘରେ ଟଙ୍କା ଗଣିବା ବେଳେ ତାଙ୍କ ଫର୍ମ ିପୁରଣ କରିଥିବା ଟଙ୍କା ଠାରୁ ଅଧିକ ଥିଲା । ଏହାପରେ ସେ ସମବାୟ ବ୍ୟାଙ୍କରେ ପହଞ୍ଚି ସମସ୍ତ କର୍ମଚାରୀ ଙ୍କ ଉପସ୍ତିତିରେ ବଳକା ଟଙ୍କା ଫେରାଇଥିଲେ ।ଏହି ଘଟଣା ପରେ ବଳରାମଙ୍କ ଏହି ମହନୀୟତା ପାଇଁ ବୁଦ୍ଧିଜୀବି ମହଲରେ ବେଶ ପ୍ରଂଶସା କରାଯିବା ସହ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି


