ଉଛେଦ ପୂର୍ବରୁ ଥଇଥାନ ଦାବୀ କଲେ ବ୍ୟବସାୟୀ

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ସହର ର ମୁଖ୍ୟ ରାସ୍ତା ପାର୍ଶ୍ୱରୁ ଉଠା ଦୋକାନୀ ଙ୍କୁ ଉଠାଇବା ପୂର୍ବରୁ ଥଇଥାନ କରିବା , ବିଶେଷ କରି ଐତିହାସିକ ଦୋଳଯାତ୍ରା ଉଛେଦ କୁ ସ୍ଥଗିତ ରଖିବା ଦାବି ନେଇ ଆଜି ବଣିକ ସଙ୍ଘ ଓ ଉଠାଦୋକାନୀ ମାନେ ମିଳିତ ଭାବେ ଗଞ୍ଜାମ ଏନ.ଏ. ସି କର୍ଯ୍ୟନିର୍ବାହୀ ଅଧିକାରୀ ତହସିଲଦାର, ପର୍ତ୍ତୃ ବିଭାଗ ଏସ୍.ଡି.ଓ, ଓ ଗଞ୍ଜାମ ଆଇ.ଆଇ.ସି ଙ୍କୁ ଭେଟି ଆଲୋଚନା କରିବା ସହ ଲିଖିତ ଭାବେ ଜଣାଇଛନ୍ତି । ଅନ୍ୟପଟେ ରାସ୍ତା ଓ କୋଠା ବାଡ଼ି ବିଭାଜନ ୨ ର ନିର୍ବାହିଯନ୍ତ୍ରି ଙ୍କୁ ମଧ୍ୟ ଅବଗତ କରାଇଥିଲେ । ଯାହାଫଳରେ ଐତିହାସିକ ଦୋଳଯାତ୍ରା ପର୍ଯ୍ୟନ୍ତ ଉଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଥିବା ଅଲୋଚନାକାରୀ ମାନେ କହିଛନ୍ତି । ଗଞ୍ଜାମ ସହର ପୁରାତନ ରାଜପଥ ତଥା ବର୍ତ୍ତମାନର ମୁଖ୍ୟ ରାସ୍ତା ର (ଦାମୋଦର ପୁର ଛକ ଠାରୁପୁଇଁତୋଳ ଛକପର୍ଯ୍ୟନ୍ତ)ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତା ସାମ୍ପ୍ରସାରଣ ଯୋଗୁଁ ଉଠା ଦୋକାନ ଙ୍କୁ ଉଛେଦ କରିବି ପାଇଁ ପ୍ରଶାସନ ତରଫରୁ ନୋଟିସ ଦିଆଯାଇଥିଲା । ଯାହାକୁ ଉକ୍ତ ସମୟରେ ବେବ୍ୟସାୟ ମନେ ତ୍ରିବପ୍ରତୀବାଦ କରିବା ସହ ଥାଇଥାନ କରି ଉଛେଦ କରିବାକୁ ଦାବି କରିବା ସହ ପ୍ରଶାସନ, ବିଧାୟକ ଙ୍କୁ ଜଣାଇବା ପରେ ଭେଣ୍ଡିଂ ଜୋନ ମାଧ୍ୟମରେ ଥାଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ । ଗତଗୁରୁବାର ଦିନ ପ୍ରଶାସନ ତରଫରୁ ଉଛେଦ ହେବାକୁ ଥିବା ଦୋକାନ ଗୁଡ଼ିକ ସ୍ଥିତବସ୍ତା ଅନୁଧ୍ୟାନ କରିବା ପରେ ଉଠା ଦୋକାନୀ ମାନଙ୍କ ମଧ୍ୟରେ ଛନକା ପଶିଯାଇଥିଲା । ଯାହାକୁ ନେଇ ଆଜି ବଡ଼ବଜାର ବଣିକ ସଙ୍ଘ ସଭାପତି ଗୌରୀଶଙ୍କର ବାରିକ, ସମ୍ପାଦକ କାହ୍ନୁ ଚରଣ ପଣ୍ଡା ଙ୍କ ନେତୃତ୍ୱରେ ଆଜି ଉଠାଦୋକାନୀ ପ୍ରଶାସନ କୁ ଭେତିଥିଲେ । ପରେ ଗଂଜାମ ତହସିଲଦାର ଅବନିକୁମାର ସାହୁ ଙ୍କ ପ୍ରକୋଷ୍ଠରେ ଗଞ୍ଜାମ ଏନ.ଏ. ସି ନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ, ଗଂଜାମ ଆଇ.ଆଇ.ସି ଦିଲ୍ଲୀପ କୁମାର ସାହୁ, ପୁର୍ତ୍ତ ବିଭାଗର ଡେ଼ପୁଟି ଏକଜିକ୍ୟୁଟିଭ ଯମୁନା ବେହେରା, ଯନ୍ତ୍ରି ସତ୍ୟ ନାରାୟଣ ବିଶୋଇ ପ୍ରମୁଖ ଙ୍କ ଉପସ୍ଥିତ ରେ ଆଲୋଚନା ହୋଇଥିଲା । ଏହି ଅଵସରରେ ବ୍ୟବସାୟୀ ମାନେ ଗଞ୍ଜାମ ସହର ର ଐତିହାସିକ ଦୋଳ ଯାତ୍ରା ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ରେ ହେଉଥିବା ବେଳେ ବ୍ୟବସାୟୀ ମାନେ ଉକ୍ତ ସମୟରେ ବର୍ଷର ଏକ ଭଲ ବ୍ୟବସାୟୀ କୁ ନିର୍ଭର କରୁଥିବା ବେଳେ ଉଛେଦ କାମ ଐତିହାସିକ ଦୋଳ ଯାତ୍ରା ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ଓଡ଼ିଶାର ଅନ୍ୟ ଏନ.ଏ. ସି ମାନଙ୍କ ପରି ଭାଙ୍ଗିବା ପୂର୍ବରୁ ଥଇଥାନ କରାଯାଇ ଭେଣ୍ଡିଙ୍ଗ ଜୋନ ର ବ୍ୟବସ୍ଥା କରିବାକୁ ଆଲୋଚନା ବେଳେ ଦାବି ରଖିଥିଲେ । ଅନେଇ ତହସିଲଦାର ସାହୁ ବ୍ୟବସାୟୀ ମନଙ୍କ ଭାବନା କୁ ଦେଖି ଦୋଳ ଯାତ୍ରା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଜିଲ୍ଲାପ୍ରଶାସନ ଙ୍କୁ ଅବଗତ କରାଇବେ ଏବଂ ଭେଣ୍ଡିଙ୍ଗ ଜୋନ ପାଇଁ ସ୍ଥାନ ନିରୂପଣ ହୋଇଥିବା କହିବା ସହ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସହଯୋଗ କାମାନ କରିଥିଲେ । ଏହି ଆଲୋଚନା ବେଳେ ପୁର୍ବତନ କାଉନସିଲର ଦୂର୍ଗା ମାଧବ ପାଣିଗ୍ରାହୀ, ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ,ସାନ ବଜାର ବ୍ୟବସାୟୀ ସଙ୍ଘ ସମ୍ପାଦକ ସୁଧିର କୁମାର ପାଢୀ, ପ୍ରମୁଖ ଙ୍କବ ସମେତ ଶତାଧିକ ବ୍ୟବସାୟୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ