ଟ୍ରାଫିକ୍ ସମସ୍ୟା ନେଇ ଅସ୍ଥାୟୀ ଟ୍ରାଫିକ ବ୍ୟାରିକେଟ୍ ପୋଷ୍ଟ୍ ସ୍ଥାପନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ସହରର ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାର କିଛି ସମାଧାନ ନିମନ୍ତେ ଆଜି ଚଣ୍ଡି ଛକ ସ୍ଥିତ ମା’ ରାମାୟାଣାମ୍ମା ବ୍ୟବସାୟୀ ସଂଘ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଦୁଇଟି ବ୍ୟାରିକେଟ୍ ରଖାଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦଘାଟନ କରିବା ସହ ଟ୍ରାଫିକ ୍ ସମସ୍ୟାର ଏକ ପ୍ରକାର ସମାଧାନ ହୋଇପାରିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ସାଂସଦ ପ୍ରତିନିଧି ବଟକୃଷ୍ଣ ପଣ୍ଡା, ସମାଜସେବୀ ତାରକେଶ୍ୱର ପଣ୍ଡା, ବିପୁଳିଙ୍ଗି ସରପଂଚ ଟି. ନରସିଂହ ରେଡ୍ଡି, ସମିତି ସଭ୍ୟ ଜୟଦେବ ଲେଙ୍କା, ବଳିଆ ପାତ୍ର, ପୋଡ଼ାପଦର ସରପଂଚ ପିତାମ୍ବର ପଣ୍ଡା, ଆଇନଜୀବୀ ବି. ଶ୍ରୀନିବାସ, ଡ଼ମ୍ବୁରୁଧର ସାହୁ, ସୟଦ୍ ମୁକ୍ତାର ପ୍ରବାସୀ ପ୍ରଧାନଙ୍କ ସମେତ ବହୁ ବୁଦ୍ଧିଜୀବୀ, ଆଇନଜୀବୀ ଓ ବ୍ୟବସାୟୀ ସଂଘର ସମସ୍ତ କର୍ମକର୍ତା ମାନେ ଉପସ୍ଥିତ ଥିଲେ । ଏହି ଦୁଇଟି ବ୍ୟାରିକେଟ୍ ହେବା ଦ୍ୱାରା ସକାଳ ୯ରୁ ରାତ୍ର ୯ଟା ମଧ୍ୟରେ ଚଣ୍ଡି ଛକ ଠାରୁ ବଜାର ଛକ ପର୍ଯ୍ୟନ୍ତ ୪ଚକିଆ ଯାନ ପ୍ରବେଶ ନିବେଶ କରାଯାଇଛି ।


