ପ୍ରାଚୀନ ଶୈବପୀଠ ଦକ୍ଷିଣେଶ୍ୱର ମନ୍ଦିରର ପ୍ରତିଷ୍ଠା ଉତ୍ସବ
ନାଉଗାଁ- :ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡା ବାଲିସାହିସ୍ଥିତ ସର୍ବପୁରାତନ ଶୈବ ପୀଠ ଦକ୍ଷିଣେଶ୍ୱର ମହାଦେବଙ୍କୁ ପୂର୍ଣ୍ଣ ଉଦ୍ଧାର କରାଯାଇ ମହାଦେବଙ୍କ ନୁତନ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ୩ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଓ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ଏହି ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ପ୍ରବଚକ ଭାବେ ଗୋଠଦାମଠର ମଠାଧିଶ ମହନ୍ତ ମହାରାଜ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଓ ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ଯୋଗ ଦେଇ ଆଶ୍ରୀବଚନ ପ୍ରଦାନ କରୁଛନ୍ତି । ନାଉଗାଁ ଅଚଳର ଏହି ସର୍ବପୁରାତନ ଶୈବ ପୀଠର ଗୁରୁତ୍ୱ ରହିଥିବାରୁ ମନ୍ଦିର ପୂର୍ଣ୍ଣ ଉଦ୍ଧାର ହେଉଥିବାରୁ ଶୈବ ଭକ୍ତ ଓ ଶୁଭେଛୁମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଉକ୍ତ କାର୍ଯ୍ୟକ୍ରମକୁ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପ୍ରିୟଦର୍ଶନ ଦାସ, ସୁବାଷ ଚନ୍ଦ୍ର ଦାସ, ପ୍ରତାପ ଦାସ, ବୃନ୍ଦାବନ ଲେଙ୍କା, ଅକ୍ଷୟ କୁମାର ଦାସ, ସୁରେଶ ଚନ୍ଦ୍ର ବେହୁରା ପ୍ରମୁଖ ପରିଚାଳନା କରୁଥିବା ବେଳେ ନାଉଗାଁ ଅଚଳର ଧର୍ମ ପ୍ରେମୀ ଓ ଶୁଭେଛୁ ଯୋଗ ଦେଇ ସହଯୋଗ କରୁଛନ୍ତି ।


