ଘୁମୁସରର ସ୍ୱର ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌):ଘୁମୁସରର ସ୍ବର ବାଲିପଦର ଓ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂଗଠନ କୁଲାଡ ତରଫରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମ ସ୍ଥାନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ କୁଲାଡ ଠାରେ ଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ କୁଲାଡ ରାଜା ତଥା ଭଞ୍ଜ ବଂଶର ଦାୟାଦ ପ୍ରଶାନ୍ତ ଭଞ୍ଜଦେଓ, ସାହିତ୍ୟିକ ଅନନ୍ତ କର , କଥାକାର ସୋମନାଥ ନାୟକ, ଭଞ୍ଜ ଆଲୋଚକ ପ୍ରଦୀପ କୁମାର ପଟ୍ଟନାୟକ, ଘୁମୁସର ସ୍ବରର ସଭାପତି ବି. ପ୍ରକାଶ ଚନ୍ଦ୍ର ପାତ୍ର , ସାହିତ୍ୟିକ ମନୁ ନନ୍ଦ ପତି , ଶଶାଙ୍କ କିରଣ ତ୍ରିପାଠୀ, ପଣ୍ଡିତ ସିମାଞ୍ଚଳ ପଣ୍ଡା, କୁଲାଡ ସରପଞ୍ଚ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରମୁଖ ମଞ୍ଚାସୀନ ରହି ଭଞ୍ଜ ସାହିତ୍ୟ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ ।ବିପ୍ଳବୀ କବି ଗୋପାଳ କୃଷ୍ଣ ବିଷୋୟୀ , ଶିଶୁ ସାହିତ୍ୟିକ ଶଙ୍କର୍ଷଣ ତ୍ରୀପାଠୀ, କବି ଅଜିତ କୁମାର ତ୍ରିପାଠୀ, ଯୁବ କବି କାର୍ତ୍ତିକେଶ୍ବର ପ୍ରଧାନ,ତ୍ରିନାଥ ବେହେରା, ସୁନୀଲ କୁମାର ପାଣି ,ମୋନାଲିସା ମିଶ୍ର, ଉଷ୍ମିତା ମଞ୍ଜରୀ ମିଶ୍ର,ଶିଶିର କୁମାର ନାୟକ, ପ୍ରମୁଖ ଉପସ୍ଥିତ ରହି  ସହଯୋଗ କରିଥିଲେ । ଶେଷରେ କବିତା ପାଠ ଉତ୍ସବ ରେ ୨୫ ଜଣ କବି ନିଜ ରଚିତ କବିତା ପାଠ କରିଥିଲେ । ବିଶ୍ବନାଥ ଶତପଥୀ, ସୀମାଞ୍ଚଳ ତ୍ରିପାଠୀ, ଅଜିତ କୁମାର ତ୍ରିପାଠୀ ଙ୍କୁ ଏହି ଅବସରରେ ଘୁମୁସରର ସ୍ବର ସମ୍ମାନରେ ସମ୍ମାନିତ କରାଯାଇଥିଲା। କବିତା ପାଠ କୁ ସଂଯୋଜନା କରିଥିଲେ କୁମାର କାର୍ତ୍ତିକେଶ୍ବର ପ୍ରଧାନ । ଶେଷରେ ରତ୍ନାକର ମହାରଣା, ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ