ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ମୁକୁନ୍ଦ ଚରଣ ବିଦ୍ୟାପୀଠ ନନ୍ଦିପଦାହାଟ ବିଦ୍ୟାଳୟର କିରାଣୀ ବାସନ୍ତିଲତା ଜେନାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ହାଟଡିହି କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଏବିଇଓ ବିନୋଦ କୁମାର ରାଉତ, ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ସିଆରସିସି ପ୍ରଭାକର ବେହେରା, ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗଦେଇ ଅବସର ନେଇଥିବା କିରାଣୀ ବାସନ୍ତିଲତା ଜେନାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପାଣ୍ଡବ ସାହୁ, ଅନିରୁଦ୍ଧ ସେଠୀ ଅତିଥି ପରିଚୟ ପ୍ରଦାନ ଓ ମାନପତ୍ର ପାଠ କରିଥିବାବେଳେ ସର୍ମିଷ୍ଠା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମୋନଲୀସା ଜେନା, ସୌମ୍ୟାପ୍ରୀୟା ସ୍ୱାଇଁ, ଦେବାଶିଷ ବେହେରା, ବନମଳୀ ଦାସ, ଶଶିକାନ୍ତ ଜେନା, ନବଘନ ନାୟକ, ଶିଶିର କୁମାର ବିଶ୍ୱାଳ, ପ୍ରସନ୍ନ କୁମାର ବେହେରା, କ୍ଷୀରୋଦ ସେଠୀ, ନାରାୟଣ ରାଉତ, ପରେଶ ରାଉତ, ଦୁର୍ଯ୍ୟୋଧନ ଜେନା, ଜୟଶ୍ରୀ ଜେନା, ପ୍ରମୋଦ ଦାସ, ରାମଚନ୍ଦ୍ର ଦାସ, ହେମନ୍ତ ଦାସଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ