‘ଦସ୍ ବହାନେ ୨.୦’ ରିଲିଜ୍
ଟାଇଗର ଶ୍ରଫ୍ଙ୍କ ସୁପରହିଟ୍ ଫ୍ରାଞ୍ଚାଇଜର ‘ବାଗୀ’ ସିନେମାର ତୃତୀୟ ସଂସ୍କରଣ ‘ବାଗୀ ୩’ର ଟ୍ରେଲର ରିଲିଜ୍ ହେବା ପରେ ଦର୍ଶକେ ଏହି ଫିଲ୍ମକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହାର ଟ୍ରେଲରରେ ଟାଇଗର ନିଜ ଧମାକାଦାର ଆକ୍ସନ୍ର ଲୋକେ ଦୀୱାନା ହୋଇ ଯାଇଛନ୍ତି। ଏବେ ଏହି ଫିଲ୍ମର ଏକ ଧାସୁଁ ଗୀତ ‘ଦସ ବହାନେ ୨.୦’ ରିଲିଜ୍ ହୋଇସାରିଛି। ଏହି ଗୀତରେ ଶ୍ରଦ୍ଧା କପୁରଙ୍କ ହଟ୍ ଅବତାର ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି।
ଏହି ଗୀତ ବହୁତ ଜବରଦସ୍ତ ହୋଇଛି। ଏହି ଗୀତର ମ୍ୟୁଜିକ୍ ଓ ଭଏସ୍ ବ୍ୟତୀତ ଆଉ ଏକ ଖାସ୍ କଥା ହେଉଛି ଏଥିରେ ବ୍ୟବହାର ହୋଇଥିବା ଜବରଦସ୍ତ ଲୋକେସନ୍ ଓ ଏହାର ସିନେମାଟୋଗ୍ରାଫି। ଗୀତ ରିଲିଜ୍ ପୂର୍ବରୁ ଟାଇଗର ଏହାର ପୋଷ୍ଟର ଶେୟାର କରିଥିଲେ। ଏହାର କ୍ୟାପସନ୍ରେ ସେ ଲେଖିଥିଲେ ‘ବାଗୀ ବହୁତ ବଦମାସ ଓ ଏହାର ଏହାର ପାର୍ଟି ଗୀତ ମଧ୍ୟ’। ‘ହାଶଟ୍ୟାଗ୍ ଦସ ବହାନେ ୨.୦’ ଖୁବ୍ଶୀଘ୍ର ଆସିବାକୁ ଯାଉଛି। ଏହି ଗୀତ କେକେ ଗାଇଥିବାବେଳେ ଶାନ ଗାଇ ଥିବା ଲୋକପ୍ରିୟ ଗୀତ ‘ଦସ ବହାନେ’ର ରିକ୍ରିଏସନ୍ ଅଟେ। ‘ଦସ ବହାନେ’ ଗୀତ ‘ଦସ’ ସିନେମାର ଗୀତ ଅଟେ। ଅମମଦ ଖାନଙ୍କ ଦ୍ବାରା ନିର୍ଦେଶିତ ‘ବାଗୀ ୩’ ସିନେମାରେ ଟାଇଗର ପୁଣି ଥରେ ବାଗୀ ଅବତାରରେ ନଜର ଆସିବାକୁ ଯାଉଛନ୍ତି। ‘ବାଗୀ ୩’ ଚଳିତ ବର୍ଷ ୬ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି।


