ବିଜେପିର ଜୋନ୍‌ସ୍ତରୀୟ କମିଟି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ବିଜେପି ପକ୍ଷରୁ କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ମଣ୍ଡଳ ଜୋନ ନଂ-୧ର କମିଟି ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତଃ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଲୋକମାନଙ୍କୁ କିପରି ସଚେତନ କରାଯାଇପାରିବ ଏବଂ ସେହି ଆଇନ କିପରି ଜନହିତକର ସେବିଷୟରେ ଆଲୋଚନା କରାଯାଇଥିଲା । ସେହି ସଚେତନତା ବାର୍ତ୍ତା ଅଞ୍ଚଳ ବିଭିନ୍ନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାପାଇଁ କର୍ମୀମାନେ କିପରି କାର୍ଯ୍ୟକରିବେ ସେ ବିଷୟରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଖାଣ୍ଡବା ମଣ୍ଡଳ ସଭାପତି ଉମା ଗନ୍ତାୟତ, ଖାଣ୍ଡବାର ସରପଞ୍ଚ ଜଗନ୍ନାଥ ଦୋରା, ସମିତି ସଭ୍ୟ ମିନତି ବେହେରା ପ୍ରମୁଖ ଉପସ୍ଥିତଥିବାବେଳେ ପର୍ଯ୍ୟବେକ୍ଷକ ଭାବେ ଜିଲା ବିଜେପିର କୃଷକନେତା ପ୍ରଶାନ୍ତ କୁମାର ପାଳ ଉପସ୍ଥିତଥିଲେ । ଏହିପରି ବୈଠକ ଖାଣ୍ଡବା ପଞ୍ଚାୟତର ସାରା ଗ୍ରାମ, ଶିଆଳୀ ପଞ୍ଚାୟତର ଗାରିଆଗୁଡା ଗ୍ରାମ ଏବଂ ଅଲଡା ପଞ୍ଚାୟତର ଅଙ୍କରଡା ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ