ବିଜେପିର ଛତ୍ରପୁର ନଗର ମଣ୍ଡଳ କମିଟି ଗଠନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ପୁତି ଗୋପାଳପୁର ସ୍ଥିତ ଗୁରୁ ମନ୍ଦିର ପରିସରରେ ବିଜେପିର ଛତ୍ରପୁର ନଗର ମଣ୍ଡଳ କମିଟି ଗଠନ ମଣ୍ଡଳ ସଭାପତି ସଞ୍ଜିତ୍ କୁମାର ରାଉଳ(ସନ୍ତ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଣ୍ଡଳ ପର୍ଯ୍ୟବେକ୍ଷକ ଭାବେ ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେପି ନେତା ପ୍ରଶାନ୍ତ କୁମାର ଓ କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ବରିଷ୍ଠ ନେତା ପ୍ରଦୀପ କୁମାର ପାଢୀ, ଲକ୍ଷ୍ମୀ ନାରାୟଣ ପଣ୍ଡା, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ପ୍ରଫୁଲ ପଣ୍ଡା, ଗଙ୍ଗଧର ପଣ୍ଡା, ରାଜ୍ୟ ସଦସ୍ୟ ଚୈତନ୍ୟ ପ୍ରଧାନ, ଆର୍.ମୁରଲୀ ରେଡ୍ଡୀ ଓ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ବିଜେପି ନଗର ମଣ୍ଡଳର ସାଧାରଣ ସଂପାଦକ ଭାବେ ଡି.ସୁରେଶ କୁମାର ରେଡ୍ଡୀ ଓ ଅମରେଶ ମହାରଣା, ଉପସଭାପତି ବାଲାରାଜୁ ସ୍ୱାମୀ, କେ.ରାମା ରାଓ,ସୁଶୀଲ କୁମାର ଦାସ ଓ ସିଏଚ୍.ଶ୍ରୀଧର ରାଓ, ସଂପାଦକ ପ୍ରଶାନ୍ତ ବେହେରା, ଉମାଶଙ୍କର ଦାସ, ପି.ସନ୍ତାମା ଓ ଏସ୍.ସିମାଞ୍ଚଳ ରେଡ୍ଡୀ, କୋଷାଧ୍ୟକ୍ଷ ଆଇନଜୀବୀ ସନ୍ତୋଷ କୁମାର ସାହୁ, ଯୁବମୋର୍ଚ୍ଚା ସଭାପତି ଉମାଶଙ୍କର ମହାନ୍ତି, ସାଧାରଣ ସଂପାଦକ ଜି.ମନୋଜ କୁମାର ରେଡ୍ଡୀ ଓ ଜି.କେଶବ ରାଓ, ମହିଳା ମୋର୍ଚ୍ଚା ସଭାପତି କେ.ପଦ୍ମଜା ରାଓ, ସଂଖ୍ୟା ଲଘୁ ସଭାପତି ଆସିଫ୍ ଖାନ୍, ଏସ୍ସି ମୋର୍ଚ୍ଚା ସଭାପତି ତ୍ରିଲୋଚନ ବେହେରା, ଏସ୍.ଟି. ମୋର୍ଚ୍ଚା ସଭାପତି ଦେବାଶିଷ କହଁର, ଓବିସି ମୋର୍ଚ୍ଚା ସଭାପତି ରବିନାରାୟଣ ବେହେରା, ସଂପାଦକ କେ.ସନ୍ତୋଷ କୁମାର, କୃଷକ ମୋର୍ଚ୍ଚା ସଭାପତି କେ.ଶଙ୍କର ରାଓ ପ୍ରମୁଖଙ୍କୁ ଗଠନ କରାଯାଇଛି ।


