ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): କ୍ଷତ୍ରିୟବରପୁର ସ୍ଥିତ ଆଂଚଳିକ ସ୍ନାତକ ମହାବିଦ୍ୟାଳୟରେ ଭାରତୀୟ ରେଡ୍‌କ୍ରସ ସୋସାଇଟି (ଆଇ.ଆର.ସି.ଏସ୍‌) ଶତବାର୍ଷିକ ଉପଲକ୍ଷେ ମହାବିଦ୍ୟାଳୟର ଯୁବରେଡ୍‌କ୍ରସ ଏବଂ ରେଡ୍ ରିବନ କ୍ଲବର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବ୍ରହ୍ମପୁର ଆଂଚଳିକ ଶିକ୍ଷା ନିର୍ଦେଶକ ପ୍ରଫେସର ଲକ୍ଷ୍ମୀକାନ୍ତ ତ୍ରୀପାଠି , ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିବା ସହ ରକ୍ତଦାନର ଉପକାରିତା ଉପରେ ଆଲୋକପାତ କରିଥିଲେ ।ସମ୍ମାନୀତ ଅତିଥ୍‌ô ଭାବରେ ବ୍ରହ୍ମପୁର ବିଶ୍ୱ  ବିଦ୍ୟାଳୟ ର ମୁଖ୍ୟ ପ୍ରଫେସର ସିଦ୍ଧାର୍ଥ ଶେଖର ପଣ୍ଡା, ଯୋଗ ଦେଇ ରକ୍ତଦାନର ମହତ୍ୱ ବର୍ଣ୍ଣନା କରିଥିଲେ ।ଅନ୍ୟତମ ସମ୍ମାନୀତ ଅତିଥି ଭାବରେ କ୍ଷତ୍ରିୟବରପୁର ଆଂଚଳିକ ବି ।ନ ମହାବିଦ୍ୟାଳୟର ଅଧକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ଗଂଜାମ ଜିଲ୍ଲା ଯୁବ  ରେଡ୍‌କ୍ରସ ସଂଯୋଜକ ବି. ଗୋବିନ୍ଦ ରାଓ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷ ସୁବାସ ଚନ୍ଦ୍ର ସାମଲ ସଂଯୋଜନା କରି୍‌ଥିବା ବେଳେ ଶିବିର ପରିଚାଳନାରେ ଯୁବରେଡ୍‌କ୍ରସ ପରାମର୍ଶଦାତା ଡକ୍ଟର ସଞ୍ଜିବ କୁମାର ଦାସ , ଅଧାପକ ଡକ୍ଟର ଗିରିଧର ନାୟକ ,ଡକ୍ଟର ଇଂ ରବି ନାରାୟଣ ପାତ୍ର ,ରାମଚନ୍ଦ୍ର ମହାନ୍ତି , ରଂଜତ କୁମାର ଦାସ , ସୁଦର୍ଶନ  ମହାପାତ୍ର , ଅନିଲ କୁମାର ସ୍ୱାଇଁ ,ଶ୍ରୀନିବାସ ସ୍ୱାଇଁ , ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି ଶିିବିରରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ପାଇଁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ , ଯୁବରେଡ୍‌କ୍ରସ ସ୍ୱେଚ୍ଛାସେବୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ଡକ୍ଟର ସଂଜୀବ କୁମାର ଦାଶ ଧନ୍ୟବାଦ  ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ