ତରାତାରିଣୀ ଭେଜିଟେବୁଲ ମଜ୍ଦୁର ୟୁନିୟନର ୧୭ ତମ ବାର୍ଷିକ ଉତ୍ସବ ପାଳିତ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ସ୍ଥିତ ତରାତାରିଣୀ ଭେଜିଟେବୁଲ ମଜ୍ଦୁର ୟୁନିୟନର ସପ୍ତଦଶତମ ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ହିଂଜିଳିକାଟୁ ବ୍ଳକ ବୁରୁପଡ଼ା ପଂଚାୟତ ଶ୍ୟାମଳାଇ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ୟୁନିୟନର ସଭାପତି ତଥା ବରିଷ୍ଟ ଆଇନଜିବୀ ଶମ୍ଭୁ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଓୟୁଜେ ଉପସଭାପତି ତଥା ହିଂଜିଳିକାଟୁ ପ୍ରେସକ୍ଳବ ସମ୍ପାଦକ ଦ୍ୱୀତିକୃଷ୍ଣ ପଣ୍ଡା, ଯୁବ ସାମ୍ବାଦିକ ଶେଷଦେବ ସାହୁ ଯୋଗ, ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନୂତନ ଭାବେ ସହଭତି ଭିତିରେ ନିର୍ବାଚିତ ୟୁନିୟନର ଉପସଭାପତି ରଂଜନ କୁମାର ସେଠି, ସମ୍ପାଦକ ଅରୁଣ ଦାସ, ସହ ସମ୍ପାଦକ ସନ୍ତୋଷ ଦାସ, କୋଷାଧ୍ୟକ୍ଷ ସନ୍ତୋଷ ସେଠି ପ୍ରମୁଖ ମଂଚାସୀନ ଥିଲେ । ବୈଠକରେ ସଂଘର ବିଭିନ୍ନ ସମସ୍ୟା ସର୍ମ୍ପକରେ ଆଲୋଚନା କରାଯାଇଥିଲା । ମଜ୍ଦୁର ସଙ୍ଘର ସଭ୍ୟ ମାନେ ଜନସାଧାରଣଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିବା ସହ ସଙ୍ଘକୁ ମଜବୁଥ କରିବା ଲାଗି ଶପଥ ଗ୍ରହଣ କରିଥିଲେ । ବୈଠକରେ ସଙ୍ଘର ୭୦ ରୁ ଉଦ୍ଧ୍ୱର୍ ସଭ୍ୟ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ