୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା କୋକସରା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ୱାର ବିଶାଳ ଜନଜାଗରଣ ପକ୍ଷରୁ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ  କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ୨୪ ଶହ ମହିୟସୀ ମହିଳା ମୁଣ୍ଡରେ କଳସ ଧାରଣ କରି ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ମହିୟସୀ ମହିଳା ମାନେ ହଳଦିଆ ଲୁଗା ପିନ୍ଧି ବିରାଟ ଶୋଭାଯାତ୍ରାରେ ବାହାରି ନାମ ଓ ମନ୍ତ୍ର ଧ୍ୱନି ଉଚାରଣରେ ପ୍ରକମ୍ପିତ ହୋଇଉଠିଥିଲା । ହଜାର ହଜାର  ଆବାଳ ବୃଦ୍ଧ ବନିତା ବିଭିନ୍ନ ବେଶରେ ଏକାକାର ହୋଇ ଭକ୍ତି ମୟ  ନାମ ସଂକିର୍ତ୍ତନ ସହ ହରିବୋଲ ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ସହର ପରିକ୍ରମା କରିଥିଲେ ।  ଏଥିସହ ଭବ୍ୟ କଳସ ଯାତ୍ରା ପଦ୍ମସାଗର ପୁଷ୍କରିଣୀରେ ପୁଣ୍ୟ ଜଳ ଭରି ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ