ଏସ୍.ପି. ନେତ୍ତ୍ୱରେ ପୋଲିସ ଓ ଜନସାଧାରଣ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ୱର .ପୋଲିସ୍ ଓ ଜନସାଧାରଣଙ୍କ ସହଯୋଗରେ ଗଜପତି ଜିଲ୍ଲା ଏକ ଉଦାହରଣ ସୃଷ୍ଟି କରିଛି । ଗଜପତିର ଏସ୍.ପି. ଶ୍ରୀମତୀ ସାରଦା ଶର୍ମାଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ନିଜନିଜ ଦରମାରୁ ଏବଂ ଜନସାଧାରଣ ନିଜ ନିଜ ଆୟରୁ ଅତିରୁ ଅତି ଭୀଷଣ ବାତ୍ୟା ‘ଫଣୀଦରେ କ୍ଷତିଗ୍ରସ୍ତ ଅଂଚଳ ପାଇଁ ଦାନ କରିଛନ୍ତି । ଏସ୍.ପି. ଶ୍ରୀମତୀ ଶର୍ମା ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଏସ୍.ଏନ୍.ଗିରିଶଙ୍କୁ ଭେଟି ୬ ଲକ୍ଷ ୧୪ ହଜାର ୭୬ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ମାଧ୍ୟମରେ ‘ଫଣୀଦ କ୍ଷତିଗ୍ରସ୍ତ ଅଂଚଳରେ ପୁନରୁଦ୍ଧାର ଓ ପୁନନିର୍ମାଣ କାର‌୍ୟ୍ୟରେ ବିନିଯୋଗ ହେବା ପାଇଁ ପୋଲିସ୍ ଓ ଜନସାଧାରଣ ଦାନ କରିଛନ୍ତି ବୋଲି ଶ୍ରୀମତୀ ଶର୍ମା କହିଛନ୍ତି । ଏହାସହ ଜନସାଧାରଣଙ୍କ ଠାରୁ ପ୍ରାପ୍ତ ହୋଇଥିବା ପ୍ରାୟ ୧୨୫ କ୍ୱିଣ୍ଟାଲ୍ ର ବିଭିନ୍ନ ଉଚ୍ଚଗୁଣାତ୍ମକ ମାନର ରିଲିଫ୍ ଦ୍ରବ୍ୟ ଶ୍ରୀମତୀ ଶର୍ମା ପୁରୀ ଜିଲ୍ଲାକୁ ପଠାଇଥିଲେ ।ରାଜ୍ୟ ମୁଖ୍ୟ ସୂଚନା କମିଶନର ଶ୍ରୀ ସୁନିଲ୍ କୁମାର ମିଶ୍ର ବାତ୍ୟା ‘ଫନୀଦ୍ୱାରା କ୍ଷତିଗ୍ରସ୍ତ ଅଂଚଳରେ ପୁନରୁଦ୍ଧାର କାର‌୍ୟ୍ୟରେ ନିଜର ଯୋଗଦାନ ସୂରୂପ ୧ ମାସର ଦରମା ୧ ଲକ୍ଷ ୫୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଶ୍ରୀ ମିଶ୍ର ଏହି ରାଶିକୁ ଚେକ୍ ଆକାରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନିକଟକୁ ପଠାଇଛନ୍ତି । ମୁଖ୍ୟ ଶାସନ ସଚିବ ସରକାରଙ୍କ ତରଫରୁ ଶ୍ରୀ ମିଶ୍ରଙ୍କୁ ଏହି ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ