କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରସ୍ଥ ୪୦ରୁ ଉର୍ଦ୍ଧ୍ଵ ଦୋକାନ ରୁ ଚୋରି
କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ଥାନା ଅଧୀନସ୍ଥ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ହସ୍ତ ଶିଳ୍ପ ସାମଗ୍ରୀ ଦୋକାନ ରୁ ଗତ କାଲି ଵିଳମ୍ବିତ ରାତ୍ରି ରେ ଲକ୍ଷାଧିକ ଟଙ୍କା ର ହସ୍ତଶିଳ୍ପ ସାମଗ୍ରୀ ଚୋରି ହୋଇଥିବା ନେଇ ମହାସଂଘ ର ସଭାପତି ସୁବାସ ନାୟକ ଙ୍କ ସମେତ ୪୦ ଜଣ ଵ୍ଯଵଷାୟୀ କୋଣାର୍କ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଖଵରରୁ ପ୍ରକାଶ ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦୀର୍ଘ ଦିନ ଧରି ହସ୍ତ ଶିଳ୍ପ ସାମଗ୍ରୀ ଵିକ୍ରୀ କରି ଶତାଧିକ ଵ୍ଯଵସାୟୀ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ମାତ୍ର ଏଏସଆଇ କତୃପକ୍ଷ ଙ୍କ ମନୋମାନୀ ନୀତି ଯୋଗୁଁ ସେମାନଙ୍କ ଦୋକାନ ସାମ୍ନାରେ ଥିବା ଡଷ୍ଟଵିନ ଗୁଡିକ ଏଏସଆଇ କର୍ମଚାରୀ ଉଠାଇ ନେଈଥିବା ଏହି ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି। ଗତ ସୋମବାର ଵିଳମ୍ବିତ ରାତିରେ ସୂର୍ଯ୍ୟ ମନ୍ଦିର ର ଵାମ ପାର୍ଶ୍ୱ ଓ ଦକ୍ଷିଣ ପାର୍ଶ୍ଵରେ ହସ୍ତ ଶିଳ୍ପ ସାମଗ୍ରୀ ଵିକ୍ରୀ କରୁଥିବା ଵ୍ଯଵସାୟୀ ମାନଙ୍କ ମଧ୍ୟରୁ ୪୦ଗୋଟି ଦୋକାନ ରୁ ଲକ୍ଷାଧିକ ଟଙ୍କା ର ହସ୍ତଶିଳ୍ପ ସାମଗ୍ରୀ ଚୋରି ହୋଇଯାଇଥିବା ନେଇ କୋଣାର୍କ ଥାନା ରେ ଲିଖିତ ଅଭିଯୋଗ ହେବା ପରେ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ କୋଣାର୍କ ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।