ଡାକ୍ତରଙ୍କୁ ଅଶ୍ରୁଳ ବିଦାୟ ସମ୍ବର୍ଦ୍ଧନା
ଦୁନିଆରେ ଭଗବାନ ଅଛନ୍ତି ସତ କିନ୍ତୁ ତାଙ୍କୁ ଦେଖି ହୁଏ ନାହିଁ।ହେଲେ ମଣିଷକୁ ମରଣରୁ ବଞ୍ଚାଉଥିବା ଓ ରୋଗ ଦୁଃଖକୁ ଦୂର କରି ନୂଆ ଜୀବନ ପ୍ରଦାନ କରୁଥିବା ଡାକ୍ତର ଙ୍କୁ ଭଗବାନ ସ୍ୱରୂପ ହି ମନାଯାଏ।
ସମସ୍ତଙ୍କ ଆଖିରେ ଲୁହ, ହୃଦୟରେ କୋହ, କେହି କେହି ମୁହଁ ଲୁଚାଇ କାନ୍ଦୁଛନ୍ତି ତୋ କେହି କେହି ମୁହଁ ବୁଲେଇ କାନ୍ଦୁଛନ୍ତି । କାନ୍ଦକୁ ସମ୍ଭାଳିନପାରି କେହିକେହି କୁଣ୍ଢେଇ ଧରି କାନ୍ଦୁଛନ୍ତି।ଏହି ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଳକର । ଏହା ଆପଣଂକୁ ଆଶ୍ଚର୍ଯ୍ୟ କରିପାରେ ଯେ ଜଣେ ସରକାରୀ କର୍ମଚାରୀଙ୍କ ବଦଳି ହେବାପରେ ତାଙ୍କ ବିଦାୟ ସମ୍ବର୍ଦ୍ଧନା ବେଳେ ଏଭଳି ପରିସ୍ଥିତି ହୋଇଛି।କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ।ଯାତାୟାତ ତଥା ଦୁରସଂଚାର ଅଭାବ ଯୋଗୁଁ ଏଠି ଲୋକଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ମିଳିପାରେ ନାହିଁ । କିନ୍ତୁ ୨୦୧୫ ମସିହାରୁ ଏହାର ସୁଧାର ଆସିଛି । ୨୦୧୫ରେ ଥୁଆମୂଳ ରାମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭୁବନେଶ୍ୱର ମହାନଗର ରୁ ଆସି ଡାକ୍ତର ଭାବେ ଯୋଗଦେଇଥିଲେ MBBS ଡାକ୍ତର ଅଭିନାଶ ରଥ । ନିଜର କାର୍ଯ୍ୟ ରେ ଯୋଗଦାନ ଦେଲା ଦିନଠାରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣିଥିଲେ ଅନେକ ପରିବର୍ତ୍ତନ।ନିଜର ମଧୁର ବ୍ୟବହାର,କାର୍ତ୍ତବ୍ୟପରାୟନତା ଲୋକଙ୍କୁ ବହୁ ଆକର୍ଷଣ କରିଥିଲା।ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଦେବାସହ ବହୁ ସଚେତନତା ଅଭିଯାନ ଆରମ୍ଭ କରିଥିଲେ । ଦୁର୍ଗମ ଗିରି କୁ ଅତିକ୍ରମ କରି ଲୋକଙ୍କ ପାଖରେ ପହଂଚି ନିଜ ସେବା ପ୍ରଦାନ କରିବା ସହ ଲୋକଙ୍କ ମନରେ କେବେ ଦୁଃଖ ଦେଖୁନଥିଲେ । ସେ ଏକ ଧାରାରେ ଡାକ୍ତର ହେବା ସହ ପଶୁପ୍ରେମୀ ମଧ୍ୟ।ଥୁଆମୂଳ ଜଙ୍ଗଲ ଅଞ୍ଚଳରେ ସାପ ଏକ ସାଧାରଣ କଥା ହୋଇଥିବା ବେଳେ ସେ ସାପ କୁ ନମାରି ନିଜେ ଧରି ଜଙ୍ଗଲ ରେ ଛାଡ଼ିଦେବା ସହ ସାପକୁ ନମରିବା ପାଇଁ ସଚେତନ ମଧ୍ୟ କରୁଥିଲେ।ଦୀର୍ଘ ୫ବର୍ଷ ପରେ ତାଙ୍କୁ ସୁଦୂର ପିପିଲି କୁ ସ୍ଥାନତରଣ ହୋଇଛି। ତାଙ୍କୁ ବିଦାୟ ବେଳା ବେଳେ ଅଞ୍ଚଳରେ ଶୋକକୁଳ ପରିବେଶ ସହ ଏଭଳି ସ୍ଥିତି ହୋଇଥିଲା