ଜୟଲଳିତାଙ୍କ ଲୁକ୍‌ରେ ଚମକିଲେ କଙ୍ଗନା

ମୁମ୍ବାଇ : ଅଭିନେତ୍ରୀ ତଥା ଲୋକପ୍ରିୟ ରାଜନେତା ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ ବଲିଉଡ୍‌ କ୍ବୀନ୍‌ କଙ୍ଗନା ରାନାୱତ ଅଭିନୟ କରୁଛନ୍ତି। ଜୟଲଳିତାଙ୍କ ୭୨ ତମ ଜୟନ୍ତୀ ଅବସରରେ ଫିଲ୍ମ ‘ଥଲାଇଭି’ରେ କଙ୍ଗନାଙ୍କ ଲୁକ୍‌କୁ ଶେୟାର କରାଯାଇଛି। ଯେଉଁଥିରେ ଜୟଲଳିତାଙ୍କ ଚରିତ୍ରରେ କଙ୍ଗନା ଅଭିନୟ କରୁଛନ୍ତି। ସୋମବାର ସକାଳେ ଫିଲ୍ମ ନିର୍ମାତା ଏକ ନୂଆ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କଙ୍ଗନା ଜୟଲଳିତାଙ୍କ ଲୁକ୍‌ରେ ନଜର ଆସୁଛନ୍ତି। କଙ୍ଗନା ଧଳା ଶାଢ଼ି ପିନ୍ଧିବା ସହିତ ମଥାରେ ଲାଲ ବିନ୍ଦି ଲଗାଇଛନ୍ତି। ତାଙ୍କ ଚେହେରାରେ ଏକ ସୁନ୍ଦର ହସ ଦେଖିବାକୁ ମିଳୁଛି। କଙ୍ଗନାଙ୍କ ଲୁକ୍‌ ଅବିକଳ ଜୟଲଳିତାଙ୍କ ଭଳି ଦେଖାଯାଉଛି। କଙ୍ଗନାଙ୍କ ଟିମ୍‌ ମଧ୍ୟ ଏହି ଫଟୋ ଶେୟାର କରିଛନ୍ତି।
ଫିଲ୍ମର କାହାଣୀ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ। ଯେଉଁଥିରେ ତାଙ୍କ ଜୀବନର ଅନେକ ଦିଗ ଉପରେ ଆଲୋକପାତ କରାଯିବ, ଯାହା ସମ୍ପର୍କରେ ବହୁତ କମ୍‌ ଲୋକ ଜାଣନ୍ତି। ଏହି ସିନେମାର ନିର୍ଦେଶନା ଏଲ୍‌ ବିଜୟ ଦେଉଛନ୍ତି। ଏହି ଫିଲ୍ମରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଓ ଶକ୍ତିଶାଳୀ ରାଜନେତା ଭାବେ ଜୟଲଳିତାଙ୍କ ଯାତ୍ରା ଦେଖିବାକୁ ମିଳିବ। ‘ଥଲାଇଭି’ ଫିଲ୍ମ ନିର୍ମାତା ଏହି ଫଟୋ ଶେୟାର କରି ଲେଖିଛନ୍ତି ଯେ ୭୨ତମ ଜୟନ୍ତୀରେ ସୁପର ଲେଡି ଜେ ଜୟଲଳିତାଙ୍କ ସ୍ମରଣରେ ସେ ଏହି ଫଟୋ ଶେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ ‘ଥଲାଇଭି’ ସିନେମାଟି ୨୬ ଜୁନ୍‌ରେ ହିନ୍ଦୀ, ତାଲିମ୍‌ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ