ରୋଷେଇ ଚୁଲିରୁ ୪ବଖରା ଘର ଜଳିଗଲା

ହାଟଡ଼ିହି : ସିମିଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନିବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସକାଳେ ବଂଶୀଧର ଓଝାଙ୍କ ଘରେ ରୋଷେଇ କରୁଥିବାବେଳେ ରୋଷେଇ ଚୁଲୀରୁ ନିଆଁ ଉଠି ବଂଶିଧର ଓଝା, ଅନନ୍ତ ଓଝା ଓ ବୁଦ୍ଧିରାମ ଓଝାଙ୍କ ୪ବଖରା ଘର ଭଷ୍ମୀଭୁତ ହୋଇଯାଇଛି । ଘରେଥିବା ନଗଦ ୨୦ହଜାର ଟଙ୍କା ସହିତ ଧାନ, ଚାଉଳ ଓ ଅନ୍ୟାନ୍ୟ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ହାଟଡିହି ଦମକଳ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଲିଭାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ