ଅଗ୍ନିକାଣ୍ଡ: ୧୬ ବଖରା ଭସ୍ମୀଭୁତ ୫ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡା ପଞ୍ଚା ୟତର ଗୋପାଳପୁର ଗ୍ରାମଠାରେ ଅଗ୍ନିକାଣ୍ଡ ଘଟି ୫ଟି ଘରର ୧୬ବଖରା ଭସ୍ମୀଭୁତ ହୋଇଛି । ଏଥିରେ ୫ଲକ୍ଷ ଟଙ୍କାର ସମ୍ପତ୍ତି ସହ ଅମଳ ହୋଇଥିବା ଧାନ ଓ ଟଙ୍କା ନଷ୍ଟ ହୋଇଥିବା ଜଣାପଡିଛି । ଜଣେ ଗର୍ଭବତୀ ମହିଳା ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି । କାଶୀନଗର ବ୍ଲକରୁ ଦମକଳ ଗାଡି ଆସି ନିଆଁକୁ ଆୟତ କରିବା ସହ ଗୁମ୍ମା ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ସ୍ଥାନୀୟ ସରପଞ୍ଚ ହେମା ଗମାଙ୍ଗ, ଅତିରିକ୍ତ ତହସିଲଦାର ସୁରେଶ ମାଝୀ, ରାଜସ୍ୱ ନିରୀକ୍ଷକ ବି.ଜୟଶଙ୍କର, ଗ୍ରାମ ସେବକ ବି.ଶଙ୍କର ରାଓ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିବା ସହ କ୍ଷତିଗ୍ରସ୍ତମାନଙ୍କୁ ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଥିଲେ । ଏହି ଗ୍ରାମର ବୁଡ ରଇତ, ସେବିଓ ରଇତ, ଅନ୍ୟୟ ରଇତ, ସିଙ୍ଗିରଇତ, ଡୁମବା ରଇତ ଘରେ ନିଆଁ ଲାଗିଥିବା ଦେଖି କିଛି ଗ୍ରାମବାସୀ ସେହି ମଧ୍ୟରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ