ଶାଖା ପରିଚାଳକଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : କେନ୍ଦୁଆପଦାସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ନବୀନ କୁମାର ନାୟକଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀ ବିଜୟ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ବିଶ୍ୱାଳ, ଗୋପାଳ ଚନ୍ଦ୍ର ରାଉତ, ଶୁଭ୍ରାଂଶୁ ବେହେରା, ଗୋପାଳକୃଷ୍ଣ ସେଠୀ, ଅଞ୍ଜନ କୁମାର ରାଉତ, ଜ୍ୟୋତିଶଙ୍କର ଧଳ ପ୍ରମୁଖ ଯୋଗ ଦେଇ ଶାଖା ପରିଚାଳକଙ୍କୁ ଫୁଲତୋଡା ପ୍ରଦାନ ପୂର୍ବକ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।


