ଶ୍ରୀବିଦ୍ୟା ଭେଙ୍କେଟେଶ୍ୱରଙ୍କ ବ୍ରହ୍ମୋତ୍ସବ ଆରମ୍ଭ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ସହର ଉପକଣ୍ଠର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଶ୍ରୀ ବିଦ୍ୟା ଭେଙ୍କେଟେଶ୍ୱର ସ୍ୱାମୀଙ୍କ ମନ୍ଦିରରେ ବ୍ରହ୍ମୋତ୍ସବ ଆରମ୍ଭ ହୋଇଛି । ପୂଜକ ଆରାବେଲୀ ଶଙ୍କରାଚାର୍ଯ୍ୟଙ୍କ ନେତୃତ୍ୱରେ ଭୋର ୫ଟା ସମୟରେ ଶ୍ରୀ ଜୀଉଙ୍କ ପ୍ରଭାତ ସେବା ପରେ ନିତ୍ୟ ଆରାଧନା, ବାଳଭୋଗ, ମଙ୍ଗଳଆରତୀ ସହ ସକାଳ ୮ଟାରେ ବିଶ୍ୱକ୍ଷଣ ଆରାଧନା, ପୂଣ୍ୟ ଆହବାଚନ ପରିଷଦ ବିଜ୍ଞାପନ, ରକ୍ଷାସୁତ୍ର ଧାରଣ, ବାସ୍ତୁପୂଜା, ଯୋଗେଶ୍ୱର ପୂଜା, ଦ୍ୱାରତୋରଣ, ଅନ୍ତଃଦେବତା ପୂଜା, ମୂର୍ତ୍ତିକା ସଂଗ୍ରହ, ମଙ୍ଗଳଆରତୀ କାର୍ଯ୍ୟକ୍ରମ ହୋଇଛି । ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ କଲ୍ୟାଣ ଉତ୍ସବ, ହୋମ, ଭ୍ରମଣ ଉତ୍ସବ ସହ ଭଗବାନଙ୍କ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବିଶ୍ୱବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡି.ଏନ୍‌. ରାଓ ଏବଂ ତାଙ୍କ ଧର୍ମପତ୍ନୀ ପଦ୍ମା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ୍ୟାନେଜର ରାମପ୍ରସାଦ ଦାଶ ଏବଂ ସମସ୍ତ ଅଧ୍ୟାପକ ବୃନ୍ଦ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ