ଜମି ଜବରଦଖଲକାରୀଙ୍କୁ ଗିରଫ କରା ନ ଗଲେ ଆନ୍ଦୋଳନ ହେବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜମି ଜବରଦଖଲକାରୀଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଅନୁସୁଚିତ ଜାତି ଜନଜାତି ଯୁବ ଛାତ୍ର ପରିଷଦ ତରଫରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁଚନା ଦିଆଯାଇଛି । ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ ପଛପାଶ୍ୱର୍ରେ ରହିଥିବା ପ୍ରେମାନନ୍ଦ ଦାସଙ୍କ ଜମିକୁ ନେଇ ଏକ ଜମିବିବାଦ ଦେଖା ଦେଇଛି । ଏହି ବିବାଦକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅନୁସୂଚିତ ଜାତି ଏବଂ ଜନଜାତି ସେଲର ହଳଧର ସେଠୀ କହିଛନ୍ତି,ଅନୁସୁଚିତ ଜାତି ଜନଜାତିଙ୍କ ଜମିକୁ ହାତେଇବା ପାଇଁ ବେନିୟମ ଭାବେ କାର୍ଯ୍ୟକଳାପ କରାଯାଉଛି । ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ପଛପଟେ ରହିଥିବା ଅନୁସୁଚିତ ଜାତି ଜନଜାତର ପ୍ରେମାନନ୍ଦ ଦାସଙ୍କ ଜମିକୁ ସୁଧିରଂଜନ ମହାପାତ୍ର ଏବଂ ତାଙ୍କ ଭାଇ ସରୋଜ କୁମାର ମହାପାତ୍ର ଜୋର ଜବରଦସ୍ତ ଜମିକୁ ନିଜ ନାମରେ ଦେଖାଇ ହଡପ କରିବା ପାଇଁ ଅପଚେଷ୍ଟା ଚଳାଇଛନ୍ତି । ଜୋରଜବରଦସ୍ତ କରୁଥିବା ଦୁଇଜଣ ଶାସକ ଦଳର ବାହୁଛାୟା ତଳେ ଏହିଭଳି କରୁଛନ୍ତି । ପାରଳାଖେମୁଣ୍ଡି ପୋଲିସ ଥାନାରେ ଗତ ୦୫.୦୨.୨୦ ତାରିଖରେ ମାମଲା ଦିଆଯାଇଥିଲେ ମଧ୍ୟ ଶାସକ ଦଳର ଇସାରାରେ ସେମାନଙ୍କ ବିରୁଦ୍ଧରେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ । ଅନୁସୁଚିତ ଜାତି ଜନଜାତର ପ୍ରେମାନନ୍ଦ ଦାସଙ୍କୁ ତୁରନ୍ତ ଉଚିତ ନ୍ୟାୟ ନ ମିଳିଲେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗ ପକ୍ଷରୁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ସେ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରେମାନନ୍ଦ ଦାସ, ରଂଜିତ କୁମାର ଦାସ ପ୍ରମୁଖ ଉପସ୍ଥିତଥିଲେ ।


