ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ୪୯ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ
କଳିଙ୍ଗନଗର : ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ୪୯ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ କାରଖାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁରକ୍ଷା ପତକା ଉତ୍ତୋଳନ କରାଯାଇଥିଲା । ଏହା ସହିତ କାରଖାନାର କର୍ମଚାରୀମାନେ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରିଥିଲେ । “ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦର୍ଶନରେ ଉନ୍ନତି” କୁ ଚଳିତ ବର୍ଷର ବିଷୟ ବସ୍ତୁଭାବେ ନିଆଯାଇଛି । ଏହି ଅବସରରେ ଯାଜପୁର ଜିଲ୍ଲା କାରଖାନା ଓ ବାଷ୍ପିତ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଚନ୍ଦ ୍ରଶେଖର ବେହେରା ଓ ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ବିଭାଗମହା ପ୍ରବନ୍ଧକ ଆର ଆର ଶତପଥୀ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଠିକାଦାର ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବେହେରା ଜାତୀୟ ସୁରକ୍ଷା ସପ୍ତାହ ପାଳନର ଗୁରୁତ୍ୱ, ଶିଳ୍ପନାଷ୍ଠାନରେ “ଶୂନ୍ୟ ଦୁର୍ଘଟଣା” ପାଇ ଁଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ୧୦ଟି ବିନ୍ଦୁ ଓ ୫-ଟି ସୁରକ୍ଷା ପଦକ୍ଷେପ ଉପରେ ନିଜ ମତ ରଖିଥିଲେ । ଏହା ସହିତ ସେ ସମସ୍ତ ଶିଳ୍ପାନୁଷ୍ଠାନ ଗୁଡ଼ିକଗୁରୁତର ଦୁର୍ଘଟଣା ଏଡାଇବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏକ ଶିଳ୍ପାନୁଷ୍ଠାନର ମମସ୍ତସ୍ତରରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସହିତ ଆଚରଣରେ ପରିବର୍ତ୍ତନ ଆଣିବା ଉପରେ ସେଗୁରୁତ୍ୱାରୋପ କରିଥିଲେ । ସେହିପରି ଆରଶତପଥୀ କହିଥିଲେ ଯେ, ଟାଟାଷ୍ଟିଲ କଳିଙ୍ଗନଗର ପକ୍ଷରୁ ସୁରକ୍ଷାକୁ ସବୁଠାରୁ ଅଧିକଗୁରୁତ୍ୱ ଦିଆଯାଉଛି । ଏହା ସହିତ କମ୍ପାନୀ କର୍ମଚାରୀ ଓ ଠିକାକର୍ମଚାରୀଙ୍କ ସହ ମିଶି ସୁରକ୍ଷାବ୍ୟବସ୍ଥାରେ ଲଗାତର ଉନ୍ନତି ଆଣିବା ଦିଗରେ କାର୍ଯ୍ୟକରୁଛି । ଟାଟା ଷ୍ଟିଲ କଳିଙ୍ଗନଗର ଚିଫ୍ ବିଭୁଦତ୍ତ ମହାନ୍ତି (ଅପରେସନ୍ସ ସୁରକ୍ଷା ବିଭାଗ) ଦେଶ ମଧ୍ୟରେ ଜାତୀୟସୁର କ୍ଷାସପ୍ତାହ ପାଳନର ଗୁରୁତ ୍ୱସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ସେ ଚଳିତ ମାସ ମାର୍ଚ୍ଚ ୪ ରୁ ୧୧ ତାରିଖ ପର୍ଯ୍ୟନ୍ତ ଟାଟା ଷ୍ଟିଲ କଳିଙ୍ଗ ନଗରରେ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଉଭୟ କର୍ମଚାରୀ ଓ ଠିକାଦାରମାନଙ୍କ ପାଇଁ ହେବାକୁ ଥିବା ବିଭିନ୍ନକାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।