ଚକ୍ରତୀର୍ଥରେ ରାମସୀତାଙ୍କ ଚତୁର୍ଦ୍ଧାମୁରତୀ ସ୍ଥାପନ ଉତ୍ସବ ୧୦ରୁ

ହାଟଡ଼ିହି : ନିକଟସ୍ଥ ଚକ୍ରତୀର୍ଥରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଚତୁର୍ଦ୍ଧାମୁରତୀ ସ୍ଥାପନ ଉତ୍ସବ ୧୦ତାରିଖରୁ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତିପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୦ତାରିଖ ଦିନ ଅଙ୍କୁରାରୋପଣ, ଅଧିବାସ, କଳଶ ଶୋଭାଯାତ୍ରା କରାଯିବା ସହିତ ୧୧ତାରିଖ ଦିନ ଗୋପୂଜା, ସୂର୍ଯ୍ୟପୂଜା, ଶାଳା ପ୍ରବେଶ, ବିଗ୍ରହ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ କରାଯିବା ସହିତ ଅପରାହ୍ନ ୧ଟାରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବ ବୋଲି ଚକ୍ରତୀର୍ଥ ମଠର ଶ୍ରୀ ଚୈତନ୍ୟ ବାବା, ବିଶ୍ୱନାଥ ବାବା, କୃଷ୍ଣଚନ୍ଦ୍ର ବାବା ପ୍ରମୁଖ ଜଣାଇଛନ୍ତି । ଏଥିରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଥିବା ଆୟୋଜକ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ