ଇଞ୍ଚୋଳରେ ରକ୍ତଦାନ ଶିବିର
ହାଟଡିହି, : ସତ୍ୟସାଇ ସେବା ସଂଗଠନ, ଏଚ.ଡି.ଏଫ.ସି ବ୍ୟାଙ୍କ ଓ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଇଞ୍ଚୋଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୪୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଉଦଘାଟନ ଉତ୍ସବରେ ଡାକ୍ତର ଉଦୟ ଭାଷ୍କର ପଣ୍ଡା, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଏଚ.ଡି.ଏଫ.ସି ବ୍ୟାଙ୍କର ବିଶ୍ୱ ବିଜୟ ସୁଆର, ସତ୍ୟସାଇ ସେବା ସଂଗଠନର ଆଦିକନ୍ଦ ସ୍ୱାଇଁ, ବୃନ୍ଦାବନ ସ୍ୱାଇଁ, ସୁଦର୍ଶନ ପଣ୍ଡା, ପ୍ରେମାନନ୍ଦ ମହାରଣା, ତପନ ରାଉତ, ନାରାୟଣ ନାୟକ, ବରୁଣ କୁମାର ଓଝା, ଇଞ୍ଚୋଳ ବିକାଶ ମଞ୍ଚର ଶିଶିର କୁମାର ଜେନା, ଜୀବନ ରାଉତ, ଚିରଞ୍ଜିବି ନାୟକ, ଉମାକାନ୍ତ ପଣ୍ଡା, ଚନ୍ଦନ ପଣ୍ଡା, ଜ୍ୟୋତିର୍ମୟ ପଣ୍ଡା, ମୁରଲୀଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସତ୍ୟସାଇଙ୍କ ନିକଟରେ ଧୂପ, ଦ୍ୱୀପ ଦେଇ ପ୍ରାର୍ଥନା ପରେ ଶିବିର ଅନୁଷ୍ଠିତ ହୋଇଥିଲା । ଆନନ୍ଦପୁର ରକ୍ତ ଭଣ୍ଡାରର ଡାକ୍ତର ଉଦୟ ଭାଷ୍କର ପଣ୍ଡା, ଏଲ.ଟି ଦେବରାଜ ସାହୁ, ସଶ୍ମିତା ସାହୁ, ଷ୍ଟାଫ ନର୍ସ ସଶ୍ମିତା ଦେହୁରୀ, ଅଶୋକ ସୁର, ନୀଳମାଧବ ମୁଖୀ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ବ୍ରହ୍ମ, ସାମ୍ବାଦିକ ବିକାଶ ବିଶ୍ୱାଳ, ବୃନ୍ଦାବନ ସ୍ୱାଇଁ, ପ୍ରେମାନନ୍ଦ ମହାରଣା, ଆଦିକନ୍ଦ ସ୍ୱାଇଁ, ତପନ କୁମାର ରାଉତ, ଉମାକାନ୍ତ ପଣ୍ଡା, ଜୀବନ କୁମାର ରାଉତ, ଚିରଞ୍ଜିବ ନାୟକ, ଶ୍ରୀମନ୍ତ ନାୟକ, ନିରଞ୍ଜନ ନାୟକ, ଚନ୍ଦନ ପଣ୍ଡା ପ୍ରମୁଖ ଶିବର ପରିଚାଳନା କରିଥିବାବେଳେ ସମ୍ବାଦିକ ଦେବବ୍ରତ ବେହେରା, ପ୍ରୀତିରଞ୍ଜନ ବେହେରା, ଅମିୟ ବରାଳ, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।


