ଭଂଜନଗରରେ ଆଜି ବାର ଘଣ୍ଟିଆ ବନ୍ଦ ଡାକରା
ଗଞ୍ଜାମ (ଯୁଗାଦ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ଭଂଜନଗର ସହର ରେ ଆଜି ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟା ଅନୁଷ୍ଠାନ କମିଟି। ଏହି ପ୍ରଭାବ ରେ ଭଞ୍ଜନଗର ଦେଇ ଯାଉଥିବା ସମସ୍ତ ରୁଟ ର ବସ୍ ଚଳାଚଳ ବନ୍ଦ ରହିବା ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।କ୍ରିୟା ଅନୁଷ୍ଠାନ ର ସଦସ୍ୟ ଏବଂ osrtc କର୍ମଚାରୀ ଙ୍କ ଦ୍ଵାରା ରାସ୍ତା ରୋକ କରାଯାଉଛି।ଭଞ୍ଜନଗର ସହର ର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବେସରକାରୀ ଅନୁଷ୍ଠାନ,ସ୍କୁଲ୍,କଲେଜ୍ ସବୁ ବନ୍ଦ ରହିବା ସହ ବନ୍ଦ ର ପ୍ରଭାବ ସମ୍ପୂର୍ଣ ଭାବେ ପଡିଛି ଭଞ୍ଜନଗର ସହର ରେ osrtc କର୍ମଚାରୀ ଙ୍କ ୭ ମାସ ର ଦରମା ନମିଳିବା ଏବଂ osrtc ଭଞ୍ଜନଗର ୟୁନିଟ୍ ବନ୍ଦ କୁ ରୋକିବା କୁ ନେଇ ୧୦ ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲା osrtc କର୍ମଚାରୀ ସଂଘ।ବର୍ତ୍ତମାନ ଭଞ୍ଜନଗର ବଣିକ ସଂଘ,ଘରୋଇ ବସ୍ ମାଲିକ ସଂଘ,ଶ୍ରମିକ କର୍ମଚାରୀ ସମନ୍ବୟ ସମିତି,ଭଞ୍ଜନଗର ଅଟୋ ଆସୋସିଏସନ୍, ପରିବା ମାର୍କେଟ ସଂଘ, ଦିବ୍ୟାଙ୍ଗ ସଂଘ, ଟେଲର ସଂଘ,ସିନିୟର୍ ସିଟିଜନ୍ ୟୁନିଅନ୍ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ସମର୍ଥନ ଜଣାଇବା ସହ ଆଜି ହେଉଥିବା ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ପାଳନ କୁ ମିଳିତ ଭାବେ ସଫଳ କରିବାକୁ ଏକତ୍ର ହୋଇଛନ୍ତି ।