ଉତ୍କଳ କେଶରୀ ମହତାବ ପାଲା ସାହିତ୍ୟ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ଗଣିଜାଙ୍ଗ ଠାରେ ଉତ୍କଳ କେଶରୀ ମହତାବ ପାଲା ସାହିତ୍ୟ ସଂସ୍କୃତି ପରିଷଦର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ଆସ୍ଥାନ ସ୍ଥାପନ କରାଯାଇ ପଣ୍ଡିତ ଭାସ୍କର ମିଶ୍ରଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମେ ଜଗତସିଂହପୁର ଜିଲ୍ଳାର ଗାୟିକା ପାଲା ପରିବେଷଣ କରିଥିଲେ । ୨ୟ ପର୍ଯ୍ୟାୟରେ ବାଲେଶ୍ୱର ଜିଲା ପାଲା ଗାୟିକା ଗୀତାଞ୍ଜଳୀ ନାୟକଙ୍କ ଦ୍ୱାରା ପାଲା ପରିବେଷଣ ହୋଇଥିଲା । ଅଦିନିଆ ବର୍ଷାକୁ ଖାତିର ନକରିି ବହୁ ସଂଖ୍ୟାରେ ଦର୍ଶକ ମାନେ ପାଲାକୁ ଉପଭୋଗ କରିଥିଲେ । ପରିଷଦର କାର୍ଯ୍ୟକାରୀ ସଭାପତି ପିତାମ୍ବର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ବଦ୍ରୀ ନାରାୟଣ ଧଳ, ମୁଖ୍ୟ ବକ୍ତା ଭାବେ ସଂସଦୀୟ କ୍ଷେତ୍ର ନେତା ଅଭିମନ୍ୟୁ ସେଠୀ, ସମ୍ମାନୀତ ଅତିଥି ଭାବେ ଶଙ୍କର୍ଷଣ ଜେନା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ନିରୁପମା ରାଉତ ପ୍ରମୁଖ ଯୋଗ ଦେଇଥିଲେ । ପାଲା ହେଉଛି ଓଡିଶାର ନିଜସ୍ୱ କଳା । ସମୟ ଥିଲା ଲୋକ ମାନେ କ୍ଲାନ୍ତ ଜୀବନକୁ ବିଶ୍ରାମ ଦେବା ଓ ମନୋରଂଜନ ପାଇଁ ପାଲାକୁ ଆଦରି ନେଇଥିଲେ । ପାଲା ମାଧ୍ୟମରେ ଓଡିଶାର କବି ଓ କାବ୍ୟ ମାନ ବଞ୍ôଚ ରହିଛି । ରାଗ, ରାଗେଣୀ କେବଳ ପାଲା ଗାୟକ ମାନଙ୍କ ମୁଖରୁ ଶୁଣିବାକୁ ମିଳି ଥାଏ । ଓଡିଆ ଭାଷାକୁ ପାଲାକାର ମାନେ ବଞ୍ଚାଇ ରଖିଛନ୍ତି ବୋଲି ବକ୍ତା ମାନେ କହିଥିଲେ । ପ୍ରାରମ୍ଭରେ ପରିଷଦର ଦିବ୍‌ଙ୍ଗତ ସଭ୍ୟ ତଥା ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ମନ୍ଦରଧର ସାହୁ, ମୂରଲୀଧର ପଣ୍ଡା, ଚୈତନ୍ୟ ପରିଡା, ରୋହିତ ମହାକୁଡଙ୍କ ସମେତ ଅନେକ ବାୟକ, ପାଲା ସଂଗୀତ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଉତ୍ସବ ପରିଚାଳନାରେ ପରିଷଦର ସଂପାଦକ ରଘୁନାଥ ଦାସ, ରତ୍ନାକର ଦାଶ, କୃଷ୍ଣ ଚନ୍ଦ୍ର ପରିଡା, ମଧୁସୂଦନ ସେଠୀ, ରବିନ୍ଦ୍ର କୁମାର ବରାଳ, ନାରାୟଣ ଚନ୍ଦ୍ର ସେଠୀ, ମାଧବାନନ୍ଦ ବେହେରା, ସୁଶାନ୍ତ କୁମାର ରାଉତ, ଦୈତାରୀ ଚରଣ ପତି, ବୈକୁଣ୍ଠନାଥ ବେହେରା, ମାୟାଧର ମଲ୍ଲିକ, ବନବିହାରୀ ପଣ୍ଡା, ହୃଷିକେଶ ବେହେରାଙ୍କ ସମେତ ହାସିନପୁର ଓ ଗଣିଜାଙ୍ଗ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ